ରାଜ୍ୟରେ ବେରୋଜଗାର ଏକ ବଡ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ପିସି କାରବାର ମଧ୍ୟ ବଢିବାରେ ଲାଗିଛି। ଯୁବକଙ୍କ ରୋଜଗାର ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଯୁବକମାନେ ରାଜ୍ୟ ତଥା ଦେଶ ବାହାରକୁ ଖଟିବାକୁ ଯାଉଛନ୍ତି। ପିସି କାରବାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଲାଞ୍ଚ ନ ଦେଲେ ସରକାରୀ କାମ ହେଉନାହିଁ। ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବ ବିଜେପି ଯୁବ ମୋର୍ଚ୍ଚା । ଆସନ୍ତା ୧୦ ତାରିଖରୁ ୧୦ ଦିନ ରାଜ୍ୟବ୍ୟାପି ହରତାଳ କରାଯିବ ବୋଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି ।

ଡିସେମ୍ବର ୧୦ରୁ ୨୦ ତାରିଖ ଯାଏଁ ମୋର୍ଚ୍ଚାର ସଦସ୍ୟମାନେ ରାଜ୍ୟର ସବୁ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ୍‌ ଆଗରେ ହରତାଳ କରବେ। ପରେ ଡିସେମ୍ବର ୨୫ ତାରିଖରେ ମୋର୍ଚ୍ଚା ପକ୍ଷରୁ ରାଜ୍ୟବ୍ୟାପୀ ରୋଜଗାର ପରାମର୍ଶ ଯାତ୍ରା କରାଯିବ। ପିସି ବନ୍ଦ କରିବା ଏବଂ ବେରୋଜଗାର ସମସ୍ୟାକୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଗୋଚର କରିବା ଏହି ଆନ୍ଦୋଳନର ଲକ୍ଷ୍ୟ ବୋଲି ଯୁବମୋର୍ଚ୍ଚା ସଭାପତି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here