ଆଜିର ଯୁଗରେ ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ଲୋକଙ୍କୁ ବିଭିନ୍ନ ପ୍ରକାର ରୋଗ ଗ୍ରାସ କରିବା ଦେଖାଦେଉଛି. ତା ଭିତରୁ ପ୍ରାୟ ଲୋକ ହୃଦରୋଗ ଓ ଲିଭର ରୋଗର ଆକ୍ରାନ୍ତରେ ଶିକାର ହେଉଛନ୍ତି. ତେବେ 2025 ମସିହା ଭିତରେ ହୃଦରୋଗ ଅପେକ୍ଷା ଲିଭର ସଂପର୍କିତ ରୋଗ ଲୋକମାନଙ୍କୁ ବେଶି ହେବ ବୋଲି କହିଛନ୍ତି ଚେନ୍ନାଇର ଡକ୍ଟର ଜୟ ଭର୍ଗିସ୍. ତେବେ ଅତ୍ୟଧିକ ମୋଟାପଣ ଏହି ରୋଗର ମୁଖ୍ୟ କାରଣ ବୋଲି ସେ କହିଛନ୍ତି. ମୋଟାପଣ ଦୂର କରିବା ହିଁ ଏହି ରୋଗର ସଫଳ ଉପଚାର. ସବୁଠୁ ଚିନ୍ତାର କାରଣ ହେଲା ଯେ, ଲିଭର ପାଖାପାଖି 80 ପ୍ରତିଶତ ନଷ୍ଟ ହେବା ପରେ ହିଁ ଏହି ରୋଗ ଜଣାପଡିଥାଏ. ଏହି ରୋଗକୁ ସେମାନେ ଏକ ଛୋଟ ସମସ୍ୟା ଭାବି ଏଡାଇଦେଇଥାନ୍ତି ଓ ଅଧିକାଂଶ ସମୟରେ ଏହାକୁ ଫ୍ୟାଟି ଲିଭର ସମସ୍ୟା ବୋଲି କହିଥାନ୍ତି. ମାତ୍ର ଦେଖିଲା ବେଳକୁ ଏହାର ଉପଚାର ଅତି ବିଳମ୍ବ ହୋଇଯାଇଥାଏ. ଏଥିପାଇଁ ସେମାନଙ୍କୁ ସବୁବେଳେ ଏକ ସନ୍ତୁଳିତ ଜୀବନ ବିତେଇବା ସହ ନିଜ ଖାଦ୍ୟପେୟରେ ଧ୍ୟାନ ଦେବା ଦରକାର.

LEAVE A REPLY

Please enter your comment!
Please enter your name here