କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଟିକା ନେବା ବୟସରେ ପରିବର୍ତ୍ତନ ଆଣିଛନ୍ତି । ଏଣିକି 45 ବର୍ଷରୁ ଅଧିକ ବୟସର ଲୋକମାନେ ଟିକା ନେଇପାରିବେ । ଆଜି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି । ଏପ୍ରିଲ ପହିଲାରୁ ଏହି ବୟସର ଲୋକମାନେ ଟିକା ନେଇପାରିବେ ଏବଂ ଏଥିପାଇଁ କୌଣସି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡିବନି । ପୂର୍ବରୁ ସରକାର 60 ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ନେବା ପାଇଁ ଅନୁମତି ଦେଇଥିଲେ । ଏପର୍ଯ୍ୟନ୍ତ ସମଗ୍ର ଦେଶରେ ସାଢେ ଚାରିକୋଟି ଲୋକ ଟିକା ନେଇ ସାରିଲେଣି ।