ମାତିଛନ୍ତି ସାଇବର ଠକେଇ । ଟିକେ ଅନ୍ୟମନସ୍କ ହୋଇ କାମ କଲେ ଆପଣଙ୍କ ଆକାଉଣ୍ଟରୁ ଆଖି ପିଛୁଳାକେ ଗାଏବ ହୋଇଯିବ ଟଙ୍କା । ଆଜି ଲଢେ ଟଙ୍କା ଠକେଇର ଅଭିଯୋଗ ଆସିଛି । ଡିଜିଟାଲ ପେମେଣ୍ଟ ଆପ୍ ପେଟିଏମରେ ଟିଭି ରିଚାର୍ଜ କରୁଥିଲେ ଯୁବତୀ । କିନ୍ତୁ ଆକାଉଣ୍ଟରୁ ଲକ୍ଷେ ଟଙ୍କା ଗାଏବ ହୋଇଗଲା । ଘଟଣା ଭୁବନେଶ୍ୱର ଡମଣା ଅଞ୍ଚଳରେ ଘଟିଛି । ଠକେଇର ଶିକାର ହୋଇଥିବା ଯୁବତୀ ହେଉଛନ୍ତି ଜଣେ ସଫ୍ଟୱେୟାର ଇଞ୍ଜିନିୟର । ସେ ପେଟିଏମ ମାଧ୍ୟମରେ ୨୮୦ ଟଙ୍କା ଏୟାରଟେଲ ଡିଟିଏଚ ରିଚାର୍ଜ କରୁଥିବାବେଳେ ଆକାଉଣ୍ଟରୁ ଟଙ୍କା କଟିଯାଇଥିଲା । ୨୦ ଟଙ୍କା କ୍ୟାସବ୍ୟାକ୍ ମଧ୍ୟ ଆସିଲା । ହେଲେ ଟିଭି ରିଚାର୍ଜ ନହେବାରୁ ସେ ଗୁଗୁଲକୁ ଯାଇ ଏୟାରଟେଲ କଷ୍ଟୋମର କେୟାର ନମ୍ବର ସର୍ଚ୍ଚ କରିଥିଲେ । କିନ୍ତୁ ସେ ଜାଣିନଥିଲେ ଏହା ଏକ ଭୁଲ ନମ୍ବର ଥିଲା ବୋଲି । ସେହି ଭୁଲ୍ ନମ୍ବରରୁ ଯୁବତୀଙ୍କ ପାଖକୁ ଏକ ଲିଙ୍କ୍ ଆସିଥିଲା । ଯେଉଁଥିରେ ସେ ତାଙ୍କ ଆକାଉଣ୍ଟ ନମ୍ବର , ଆଇଏଫସି କୋର୍ଡ ଏବଂ ସେ ୟୁପିଆଇ ନମ୍ବର ମଧ୍ୟ ଭୁଲରେ ଦେଇଥିଲେ । ଏହା ପରେ ଆକାଉଣ୍ଟରୁ ପ୍ରଥମେ ୭୮ ହଜାର ଏବଂ ପରେ ୨୧ ହଜାର ଭଳି ୨ଟି କିସ୍ତିରେ ପ୍ରାୟ ଲକ୍ଷେ ଟଙ୍କା କଟିଯାଇଥିଲା । ଏନେଇ ପ୍ରଥମେ ସେ ଚନ୍ଦ୍ରଶେଖରପୁର ଥାନା ପରେ ସାଇବର ଥାନାରେ ଏତଲା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here