ପ୍ରସିଦ୍ଧ ଗାୟକ ଅରିଜିତ ସିଂହ ପ୍ଲେ ବ୍ୟାକ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ମଙ୍ଗଳବାର ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ ସେ ଆଉ କୌଣସି ପ୍ଲେ ବ୍ୟାକ ସିଙ୍ଗର ଭାବେ କୌଣସି ପ୍ରୋଜେକ୍ଟ ନେବେ ନାହିଁ। ଏଠାରେ ସେ ତାଙ୍କର ଯାତ୍ରା ଶେଷ କରୁଛି। ଅରିଜିତ ସିଂହ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, “ହେଲୋ, ଆପଣମାନଙ୍କୁ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା। ବର୍ଷ ବର୍ଷ ଧରି ଆପଣଙ୍କ ସ୍ନେହ ଓ ଭଲପାଇବା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ମୁଁ ସମସ୍ତଙ୍କୁ ଘୋଷଣା କରୁଛି ଯେ ମୁଁ ଆଉ ପ୍ଲେବ୍ୟାକ୍ ଗାୟକ ଭାବରେ କୌଣସି କାର୍ଯ୍ୟ ଗ୍ରହଣ କରିବି ନାହିଁ। ମୁଁ ଏଥିରୁ ଅବସର ନେଉଛି। ଏହା ଏକ ସୁନ୍ଦର ଯାତ୍ରା ରହିଛି।
ଅରିଜିତ ସିଂହଙ୍କ ଏହି ଘୋଷଣାରେ ପ୍ରଶଂସକଙ୍କ ମହଲରେ ଦୁଃଖର ଲହରି ଖେଳି ଯାଇଛି। ଅନେକ ସେଲିବ୍ରିଟିଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ପୋଟିଫାଏ, ୟୁଟ୍ୟୁବ, ଗାନା ଓ ଅନ୍ୟ ମ୍ୟୁଜିକ ପ୍ଲାଟଫର୍ମରେ ସେ ଦୁନିଆର ସବୁଠୁ ଶୁଣାଯାଉଥିବା ଭାରତୀୟ କଳାକାରଙ୍କ ମଧ୍ୟରେ ସାମିଲ୍। ଅରିଜିତ ସିଂହ ଭାରତୀୟ ସଙ୍ଗୀତ ଜଗତର ସବୁଠୁ ବଡ଼ ନାମ ଅଟେ। ଅରିଜିତ ହିନ୍ଦୀ, ବଙ୍ଗାଳି, ତାମିଲ, ତେଲୁଗୁ, ମରାଠି ଓ କନ୍ନଡ଼ରେ ମଧ୍ୟ ଗୀତ ଗାଇଛନ୍ତି । ଏ ପର୍ଯ୍ୟନ୍ତ ଅରିଜିତ ୩୦୦ରୁ ଅଧିକ ଫିଲ୍ମରେ ନିଜର ସ୍ଵର ଦେଇଛନ୍ତି। ସେ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର, ଫିଲ୍ମଫେୟାର ଆଓ୍ଵାର୍ଡ୍ସ ସହ ଅନେକ ବଡ଼ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here