ମାଣ୍ଡିଆ ଏକ ପୁଷ୍ଟିକର ଖାଦ୍ୟ ଯାହାକୁ ଦକ୍ଷିଣ ଭାରତରେ ମୁଖ୍ୟ ଖାଦ୍ୟ ରୂପେ ଗ୍ରହଣ କରାଯାଏ. ଏହାକୁ ପେଷିକି ଅଟା ପ୍ରସ୍ତୁତ କରାଯାଏ ଏବଂ ସେହି ଅଟାରେ ଲଡୁ,ଇଡଲି,ଦୋସା ଓ ରୋଟି ପ୍ରସ୍ତୁତ କରାଯାଏ. ମଧୁମେହ ରୋଗୀ ମାଣ୍ଡିଆ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ. ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରାଯାଏ ମାଣ୍ଡିଆ ଦୋସା.

ଆବଶ୍ୟକ ସାମଗ୍ରୀ:- 1 କପ ମାଣ୍ଡିଆ ଚୁନା, ¼ କପ ଚାଉଳ ଚୁନା, ¼ ଖଟା ଦହି, ଗୋଟିଏ କଟାହୋଇଥିବା ପିଆଜ, ଗୋଟିଏ କଟା ହୋଇଥିବା କଂଚା ଲଙ୍କା,ଗୋଟେ ଚାମଚ ଧନିଆ ପତ୍ର, ¼ ଜିରା ଓ ସୋରିଷ,କିଛି ଭୂର୍ଷଙ୍ଗ ପତ୍ର,  କିଛି ତେଲ ଏବଂ ସ୍ୱାଦ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ:-

ପ୍ରଥମେ ଗୋଟିଏ ବଡ ପାତ୍ରରେ ମାଣ୍ଡିଆ ଚୁନା,ଚାଉଳ ଚୁନା,କଂଚା ଲଙ୍କା ଓ ଦହିକୁ ନେଇ ସେଥିରେ କିଛି ପାଣି ଦେଇ ଭଲ ଭାବରେ ଗୋଳାଇ  30 ମିନିଟ୍ ପର୍ଯ୍ୟନ୍ତ ଛାଡିଦିଅନ୍ତୁ. ତେବେ ଏହି ଘୋଳଟି ଯେମିତି ପତଳା ହେବା ଦରକାର. ତାପରେ ପିଆଜ ଓ ଧନିଆ ପତ୍ର ଦେଇ ଆଉଟିକେ ଗୋଳାଇ ଦିଅନ୍ତୁ. ତଡକା ପ୍ରସ୍ତୁତ ପାଇଁ ପ୍ୟାନ ଗରମ କରି ସେଥିରେ ସୋରିଷ ଫୁଟାନ୍ତୁ. ସୋରିଷ ଫୁଟିଲା ପରେ ଜିରା ଓ ଭୂର୍ଷଙ୍ଗ ପତ୍ର ପକାଇ ତାକୁ ଆଂଚରୁ କାଢି ପ୍ରସ୍ତୁତ କରିଥିବା ଘୋଳରେ ମିଶାନ୍ତୁ. ତା ପରେ ଏକ ନନ ଷ୍ଟିକ ପ୍ୟାନରେ ଧୀର ଆଂଚରେ ଏହାକୁ ଦୋସା ପରି ପ୍ରସ୍ତୁତ କରନ୍ତୁ ଏବଂ ମଝିରେ ମଝିରେ ତେଲ ଦେଇ ଏହାକୁ ଭଲ ଭାବେ ସେକନ୍ତୁ. ଏହା ପରେ ପ୍ରସ୍ତୁତ ହୋଇଯିବ ମାଣ୍ଡିଆ ଦୋସା ଯାହାକୁ ଆପଣ ନଡିଆ ଚଟଣୀ ସହ ଖାଇପାରିବେ.

LEAVE A REPLY

Please enter your comment!
Please enter your name here