ଆବଶ୍ୟକ ସାମଗ୍ରୀ-

2ଟି କଞ୍ଚା ଆଳୁ, ସୁଜି, ଦହି, ଇନୋ 1 ପ୍ୟାକେଟ, ହଳଦି, ଭୂର୍ଷଙ୍ଗ ପତ୍ର, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଲେମ୍ବୁ ରସ, ତେଲ, ସୋରିଷ ଓ ଆବଶ୍ୟକ ଅନୁସାରେ ଲୁଣ

ପ୍ରସ୍ତୁତ ପ୍ରଣାଳୀ-

ଇଡଲି ତିଆରି କରିବା ପାଇଁ ପ୍ରଥମେ 2ଟି କଞ୍ଚା ଆଳୁକୁ ଛୋଟଛୋଟ କରି କାଟି ସେଥିରେ  2ଟି କଞ୍ଚା ଲଙ୍କା ପକେଇ କିଛି ପାଣି ଦେଇ ଭଲ ଭବେ ଗ୍ରାଇଣ୍ଡିଂ କରନ୍ତୁ. ତା ପରେ ସେଥିରେ ସୁଜି,ଦହି ପକାଇ 15 ମିନିଟ ଯାଏଁ ଛାଡିଦିଅନ୍ତୁ ଓ ତା ପରେ ସେଥିରେ ଇନୋ ଓ ଲୁଣ  ମିଶାଇ ଗୋଳାନ୍ତୁ. ତା ପରେ ଛାଞ୍ଚରେ ଟିକେ ତେଲ ଦେଇ 15 ମିନିଟ ପର୍ଯ୍ୟନ୍ତ ଗ୍ୟାସରେ ବସାନ୍ତୁ. ପରେ ଗ୍ୟାସ ବନ୍ଦ କରି 5 ମିନିଟ ଯାଏଁ କଭର କରି ରଖନ୍ତୁ ଓ ତାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ. ଥଣ୍ଡା ହେବା ପରେ ଫ୍ରାଏ କରିବା ପାଇଁ କଡେଇରେ ତେଲ ଗରମ କରି ସୋରିଷ ଓ ଶୁଖିଲା ଲଙ୍କା ଓ ହଳଦି ପକାଇ ଇଡଲିକୁ ପକାନ୍ତୁ. ପରେ ସେଥିରେ ଲୁଣ, ଭୂର୍ଷଙ୍ଗ ପତ୍ର ଓ ଲଙ୍କା ଗୁଣ୍ଡ ଦେଇ ଶେଷରେ ଲେମ୍ବୁରସ ପକାନ୍ତୁ. ତା ପରେ ପ୍ରସ୍ତୁତ ହୋଇଯିବ ଆଳୁ ଇଡଲି.

LEAVE A REPLY

Please enter your comment!
Please enter your name here