ଭୋପାଳର ବର୍କତୁଲା ବିଶ୍ୱବିଦ୍ୟାଳୟ ବର୍ତ୍ତମାନ ‘ଆଦର୍ଶ ବୋହୂ’ ଏକ ସ୍ୱଳ୍ପକାଳୀନ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ଯାଉଛି, ଯାହା ବିବାହ କରିଥିବା କିମ୍ବା ବିବାହ କରିବାକୁ ଯାଉଥିବା ଯୁବତୀଙ୍କ ନିମନ୍ତେ ଅତ୍ୟନ୍ତ ଲାଭପ୍ରଦ ହେବ ଏବଂ ଏହା ମହିଳା ସଶକ୍ତକରଣରେ ଗୋଟିଏ ପାଦ ଆଗରେ ରହିବ ବୋଲି ବିଶ୍ୱବିଦ୍ୟାଳୟର ଅଖଣ୍ଡ ବିଶ୍ୱାସ ରହିଛି. ତେବେ ଆସନ୍ତା ଶିକ୍ଷାବର୍ଷରୁ ଏହି ତିନିମାସିଆ ପାଠ୍ୟକ୍ରମ ଆରମ୍ଭ ହେବାକୁ ଥିବା କୁଳପତି ପ୍ରଫେସର ଡି.ସି ଗୁପ୍ତା କହିଛନ୍ତି. ବାହାଘର ପରେ ଆସୁଥିବା ପରିସ୍ଥିତିରେ ଖାପଖୁଆଇ ଚଳିବା ନିମନ୍ତେ ସଚେତନ କରିବା ଏହି ପାଠ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଡି.ସି ଗୁପ୍ତା କହିଛନ୍ତି. ବିଶ୍ୱବିଦ୍ୟାଳୟ ହିସାବରେ ସମାଜ ପ୍ରତି ଆମର ଦାୟିତ୍ୱ ରହିଛି. ଝିଅମାନେ କେବଳ ପାଠପଢ଼ାରେ ସୀମିତ ନ ରହି ସର୍ବଗୁଣ ସଂପର୍ଣ୍ଣା ହେବା ଉଚିତ୍ ଏବଂ ପରିବାରକୁ ଗୋଟିଏ ସୂତାରେ ବାନ୍ଧିରଖିବା ପରି ବୋହୂ ପ୍ରସ୍ତୁତି କରିବା ଆମର ଉଦ୍ଦେଶ୍ୟ.