ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟ ପରେ ଦ୍ଵିତୀୟ ଟି-୨୦ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟରେ ପରାଜିତ କରିଛି ଭାରତ । ଭାରତର ଏହି ବିଜୟ ସହିତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ୧-୧ରେ ବରାବର ହୋଇଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୫୮ ରନ କରିଥିଲା । ଜବାବରେ ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ୫୦ ରନ, ପନ୍ତଙ୍କ ଅପରାଜିତ ୪୦ ବଳରେ ୧୮.୫ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ଭାରତ ପକ୍ଷରୁ ୩ ଓ୍ଵିକେଟ୍ ନେଇ ବିଜୟରେ ପ୍ରମୁଖ ଭୂମିକା ନିଭାଇଥିବା କୃଣାଲ ପାଣ୍ଡ୍ୟା ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି । ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ରବିବାର ହାମିଲଟନରେ ଖେଳାଯିବ।

LEAVE A REPLY

Please enter your comment!
Please enter your name here