ଫିଟ୍ ନରହିଲେ ଅଟକିବ ପଦୋନ୍ନତି । ଏଣିକି ଭାରତୀୟ ସେନାର ଯବାନଙ୍କ ଠାରୁ ଆରମ୍ଭ କରି ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ରହିବାକୁ ପଡ଼ିବ ସ୍ଲିମ୍ । ଏଭଳି କଡ଼ା ନିଷ୍ପତ୍ତି ନେଇଛି ଭାରତୀୟ ସେନା । ସେନାବାହିନୀରେ ଥିବା ଅଧିକାରୀମାନଙ୍କର ଓଜନ ବଢିଲେ କିମ୍ବା ପେଟ ବାହାରିଲେ ସେମାନଙ୍କ ପଦୋନ୍ନତିରେ ରୋକ ଲାଗିବ । ଭାରତୀୟ ସେନାର ଶୃଙ୍ଖଳତା ଓ ନିୟମ ଅନ୍ୟ ଦେଶର ସେନାମାନଙ୍କ ପାଇଁ ଉଦାହରଣ ପାଲଟିଥିବା ବେଳେ ସେନାକୁ ଫିଟ୍ ରଖିବାରେ ଏଭଳି ବ୍ୟତିକ୍ରମକୁ ପ୍ରଶୟ ଦେବାକୁ ଚାହୁଁନି ଭାରତୀୟ ସେନା । ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତି ଅଫିସରଙ୍କ ବାର୍ଷିକ ଗୋପନୀୟ ରିପୋର୍ଟରେ ଦୁଇଟି ଫଟୋ ରହିବ । ଗୋଟିଏ ସାମ୍ନାରୁ ଉଠାଯିବ ଓ ଅନ୍ୟଟି ପାର୍ଶ୍ୱରୁ । ଏଥିରୁ ଜଣାପଡିବ ଯେ ସେମାନେ କେତେ ଫିଟ୍ ରହିଲେ । ମୋଟାପା ଭଳି ସମସ୍ୟାକୁ ଗୁରୁତ୍ୱର ସହ ନେଇଛି ଭାରତୀୟ ସେନା । କାରଣ ସେନା ଫିଟ୍ ନରହିଲେ ଏହାର ଦକ୍ଷତା ମଧ୍ୟ କମିବ । ଏହା ନିଶ୍ଚୟ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।

LEAVE A REPLY

Please enter your comment!
Please enter your name here