ଭୁବନେଶ୍ୱର : ଓଡିଶାକୁ ୨ଦିନିଆ ଗସ୍ତରେ ଆସିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଚାଲିଛି ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ । ଏହି ବୈଠକରେ ଓଡିଶା, ବିହାର, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି । ଏହି ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଜ ଅଭିଭାଷଣରେ ଓଡିଶାକୁ ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ପାଇଁ ଦାବି କରିଛନ୍ତି । ପୂର୍ବାଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ୪ଟି ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ୟାଙ୍କିଂ, ଟେଲିଯୋଗାଯୋଗ, ରାସ୍ତା ଓ ରେଳ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ଦେଉଥିବା ଅନୁଦାନ ରାଶିକୁ ଦୁଇଗୁଣା କରିବା ପାଇଁ ଦାବି କରିଛନ୍ତଲ । ୨୦୧୨ ପରଠାରୁ କୋଇଲା ରୟାଲଟି ବ୍ୟବସ୍ଥାରେ ସଂଶୋଧନ ହୋଇନାହିଁ । ଏହା ସଂଶୋଧନ ହେବା ଆବଶ୍ୟକ ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ କୋଇଲା ଉତ୍ତୋଳନ କ୍ଷେତ୍ରରେ ମଧ୍ୟ ଅଧିକ ରୟାଲଟି ଦାବି କରିଛନ୍ତି । ଏହି ସମସ୍ତ ଦାବି ସହ ସହରାଞ୍ଚଳକୁ କେନ୍ଦ୍ରୀୟ ଅନୁଦାନ ପ୍ରଦାନରେ ବିଳମ୍ବ, ଧାନ କିଣାରେ ସବ୍‌ସିଡି ନ ଦେବା, ରେଲଓ୍ୱେ ପ୍ରକଳ୍ପର ବିକାଶ ନେଇ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୪ ରାଜ୍ୟ ଆଦିବାସୀ ବହୁଳ ଅଞ୍ଚଳ ଅଧିକ ହୋଇଥିବାରୁ ହୋ, ଭୂମିଜ ଓ ମୁଣ୍ଡାରୀ ଭାଷାକୁ ସମ୍ବିଧାନରେ ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ମଧ୍ୟ ଦାବି କରିଛନ୍ତି ନବୀନ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here