କ୍ରିକେଟରରୁ ରାଜନୀତି । ବିଜେପି ପ୍ରାର୍ଥୀ ଭାବେ ଏଥର ରାଜନୀତି ମଇଦାନକୁ ଓହ୍ଲାଇଥିଲେ କ୍ରିକେଟର ଗୌତମ ଗମ୍ଭିର । ଦିଲ୍ଲୀ ଲୋକସଭା ଆସନରୁ ସେ ୩.୯ ଲକ୍ଷ ଭୋଟ୍ ପାଇ ବିଜୟଲାଭ କରିଛନ୍ତି । ୩୭ ବର୍ଷ ବୟସରେ କ୍ରିକେଟରୁ ଅବସର ନେଇ ରାଜନୀତି ଆରମ୍ଭ କରିଥିବା ଗୌତମ ପ୍ରଥମଥର ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ଲୋକସଭା ଆସନ ପାଇଁ ଲଢିଥିଲେ । କ୍ରିକେଟରେ ସେ ଦୁଇଥର ୱାର୍ଲଡ କପ୍ ଜିତି ଦେଶ ପାଇଁ ଗୌରବ ଆଣି ଦେଇଥିଲେ । ଏବେ ନିର୍ବାଚନରେ ବିଜୟ ଗୌତମଙ୍କୁ ରାଜନୀତିରେ କ୍ୟାରିଅର କରିବାକୁ ଉତ୍ସାହିତ କରିଛି ।

LEAVE A REPLY

Please enter your comment!
Please enter your name here