ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଘୋଷଣା ହୋଇଛି ପୋଲିସ ପଦକ ପୁରସ୍କାର । ଘୋଷିତ ତାଲିକାରେ ବିଭିନ୍ନ ବର୍ଗରେ ଓଡିଶାରୁ 13 ଜଣ ଏହି ପୁରସ୍କାର ପାଇବେ । ସେମାନଙ୍କ ମଧ୍ୟରୁ ଦୁଇଜଣ ରାଷ୍ଟ୍ରପତି ପୋଲିସ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ 11ଜଣ ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ପାଇବେ । ରାଷ୍ଟ୍ରପତି ପୋଲିସ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଦୁଇ ପୋଲିସ ଅଧିକାରୀ ହେଲେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା ଏବଂ ବିପିଏସପିଏ ଡେପୁଟୀ ସୁବେଦାର ବୁଦ୍ଧି ବାହାଦୁର ଥାପ୍ପା । ଅନ୍ୟମାନଙ୍କ ମଧ୍ୟରେ ଆଇନ ଶୃଙ୍ଖଳା ପାଇଁ ଆଇଜି ପ୍ରବୀଣ କୁମାର, ଏଏସପି ରବୀନ୍ଦ୍ର ଦାସ, ଏଏସପି ଭବାନୀ ଶଙ୍କର ମିଶ୍ର, ଡେପୁଟୀ କମାଣ୍ଡାଣ୍ଟ ଅଶୋକ ଦେହୁରୀ, ଏସିପି ପ୍ରକାଶ ପାଲ, ଏଏସଆଇ ମନୋରଂଜନ ଶତପଥୀ, ହାବିଲଦାର ସରୋଜ ଭୋଇ, ହାବିଲଦାର ସେକ୍ ନାସିରୁଦ୍ଦିନ, କନଷ୍ଟେବଲ ଗୌତମ ପାତ୍ର, ସୁବେଦାର ହେମନ୍ତ ଛେତ୍ରି, ଡେପୁଟୀ କମାଣ୍ଡାଣ୍ଟ ବୁଦ୍ଦା ତମାଙ୍ଗ ପୋଲିସ ପଦକ ପାଇବେ । ଜେଲ୍ ଓ ଅଗ୍ନିଶମ ସେବା କର୍ମଚାରୀଙ୍କୁ ମଧ୍ୟ ଉଲ୍ଲେଖନୀୟ ସେବା ପାଇଁ ପଦକ ପ୍ରଦାନ କରାଯିବ । ଜେଲ୍ ବିଭାଗ ପାଇଁ ଓଡିଶାରୁ 3 ଜଣଙ୍କୁ ଡିପିଓ ସୁଜାତା ଦାସ, ମୁଖ୍ୟ ଓାର୍ଡର ଦେବରାଜ ପ୍ରଧାନ, ଓାର୍ଡର ମହେଶ୍ବର ବେହେରାଙ୍କୁ ପଦକ ପ୍ରଦାନ କରାଯିବ । ସେହିପରି ପରିବର୍ତ୍ତନୀୟ ସେବା ପାଇଁ ଓାର୍ଡର ଡି. ରମେଶ ଓ ବଗବାନ ପ୍ରଧାନଙ୍କୁ ପଦକ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here