ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଭିନ୍ନକ୍ଷମ ଯୁବତୀଙ୍କୁ ଯୌନ ଶୋଷଣ । ଗତ ନଭେମ୍ବର ମାସରୁ ଥାନାରେ ଏତଲା ଦିଆଯାଇଥିଲେ ବି ଏପର୍ଯ୍ୟନ୍ତ ଧରାପଡିନି ଅଭିଯୁକ୍ତ । ଘଟଣା ଘଟିଛି ଖୋଦ ରାଜଧାନୀ ଭୁବନେଶ୍ବରର ପଳାସପଲ୍ଲୀ ଅଞ୍ଚଳରେ ଥିବା ଭିନ୍ନକ୍ଷମ ଅନୁଷ୍ଠାନରେ । ଘଟଣା ଘଟିବାର ଦୁଇମାସରୁ ଅଧିକ ଦିନ ହୋଇଥିଲେ ବି ଏବେ ଖବର ପଦାକୁ ବାହାରିବା ପରେ ସରକାରଙ୍କ ନିଦ ଭାଙ୍ଗିଛି । ଆଜି ରାଜ୍ୟ ଭିନ୍ନକ୍ଷମ କମିଶନ ସୁଲୋଚନା ଦାସ ସଂପୃକ୍ତ ତାଲିମକେନ୍ଦ୍ର ପରିଦର୍ଶନ କରି ଘଟଣା ସଂପର୍କରେ ପଚାରି ବୁଝିଛନ୍ତି । ତେବେ ଏଭଳି ଯୌନ ଶୋଷଣ ଅଭିଯୋଗ ସଂପର୍କରେ ଭିନ୍ନକ୍ଷମ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ସବୁ ଜାଣିଥିବା କଥା କହିଛନ୍ତି । ଅଭିଯୋଗର ପୋଲିସ ତଦନ୍ତ ହେଉଛି ଏବଂ ଯିଏ ବି ଅପରାଧୀ, ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ସଂସ୍ଥାର ମୁଖିଆ ସୁରେଶ ଚନ୍ଦ୍ର ବେହେରାଙ୍କ ବିରୋଧରେ ସିଧାସଳଖ ଅଭିଯୋଗ ହେଉଥିବା ବେଳେ ପୋଲିସ ଚୁପ୍ ବସିଛି କାହିଁକି । ଏଭଳି
ଯୌନ ପିପାସୁଙ୍କୁ ମନ୍ତ୍ରୀ, ନେତା ସୁରକ୍ଷା ଦେଉନାହା୍ତି ତ ?

LEAVE A REPLY

Please enter your comment!
Please enter your name here