ପ୍ୟୋନ୍‌ଗ୍ୟାଙ୍ଗ : କୋରୋନା ଭାଇରସ ଏବେ ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଛି । ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । ସଂକ୍ରମଣର ଭୟ ସମସ୍ତଙ୍କୁ ଡରାଉଛି । କୋରୋନା ଭାଇରସ ଆକ୍ରାନ୍ତଙ୍କୁ ସବୁ ଦେଶରେ ଚିକିତ୍ସା କରାଯାଉଥିବାବେଳେ ଉତ୍ତର କୋରିଆରେ କିନ୍ତୁ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି । କୋରୋନା ସନ୍ଦେହରେ ନିଜ ଦେଶର ଜଣେ ଅଧିକାରୀଙ୍କୁ ଉତ୍ତର କୋରିଆର ଶାସକ ଗୁଳି ମାରି ହତ୍ୟା କରିଛି । ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନ୍‌ଙ୍କ କଠୋର ଶାସନ ବ୍ୟବସ୍ଥା ସାରା ବିଶ୍ୱ ଜାଣିଛି । ସାଧାରଣ ଭୂଲ୍ ପାଇଁ ଏଠାରେ ଲୋକଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥାଏ । ଏବେ ପୁଣି କିମ୍‌ଙ୍କ ବର୍ବରତାର ଏକ ଖବର ସାମ୍ନାକୁ ଆସିଛି । ଚୀନ୍ ରୁ ଫେରିଥିବା ନିଜ ଦେଶର ଜଣେ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଛି । ଖବର ମୁତାବିକ ଉତ୍ତର କୋରିଆର ଜଣେ ଅଧିକାରୀ ଚୀନ୍‌ରୁ ଫେରିବା ପରେ ତାଙ୍କୁ କୋରୋନା ସନ୍ଦେହ କରି ଅଲଗା କରି ରଖାଯାଇଥିଲା । ସେ କିନ୍ତୁ ଭୁଲ୍ ବଶତଃ ହସ୍ପିଟାଲରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ବ୍ୟବହାର କରିଥିଲେ । ଫଳରେ କୋରୋନା ଭାଇରସ ସଂକ୍ରମଣ କରାଇବା ଓ ନିୟମ ଉଲ୍ଲଂଘନ କରିବା ଦର୍ଶାଇ ତାଙ୍କୁ ଦୋଷୀ ଘୋଷଣା କରାଯାଇ ଗୁଳି କରି ହତ୍ୟା କରାଗଲା । ଉତ୍ତରକୋରିଆର ସର୍ବେ ସର୍ବା କୁହାଯାଉଥିବା କିମ୍ ଜୋଙ୍ଗ ଉନ୍ ଦେଶର କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅଲଗା କରି ରଖାଯାଇଥିବା କୋରୋନା ସନ୍ଦିଗ୍ଧ ଲୋକମାନେ ନିୟମ ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here