ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡରେ ପୁଲିସ ଉପରକୁ ଗୁଳି ଚଳାଇଥିବା ଦୁର୍ବୁତ୍ତ ଶାହରୁଖ ଗିରଫ I ଉତ୍ତର ପ୍ରଦେଶର ବରେଲିରୁ ଦିଲ୍ଲୀର କ୍ରାଇମବ୍ରାଞ୍ଚ ପୋଲିସ ମହମ୍ମଦ ଶାହରୁଖକୁ ମଙ୍ଗଳବାର ଗିରଫ କରିଛି I ଗତ ସପ୍ତାହ ଦିଲ୍ଲୀ ହିଂସାକାଣ୍ଡରେ ଦିଲ୍ଲୀ ପୋଲିସର ହେଡ କନେଷ୍ଟବଳଙ୍କ ଉପରକୁ ବନ୍ଧୁକ ଦେଖାଇବା ସହ 8ରାଉଣ୍ଡ ଗୁଳିମାଡ ମଧ୍ୟ କରିଥିଲା ଶାହରୁଖ I ଗିରଫ ଭୟରେ ଫେରାର ହୋଇଯାଇଥିଲା ଶାହରୁଖ I ମହମ୍ମଦ ଶାହରୁଖର ବୟସ 27 ବର୍ଷ I ସେ ସଲିମପୁରର ବାସିନ୍ଦା I ପୁଲିସ ଉପରକୁ ଗୁଳି ଚଳାଉଥିବାର ଫଟୋ ଏବଂ ଭିଡିଓ ଭାଇରାଲ ହେବାପରେ ପୋଲିସ ଶାହରୁଖକୁ ଖୋଜିବା ଆରମ୍ଭ କରିଥିଲା I ତେବେ ଶାହରୁଖଙ୍କ ଉପରେ କୌଣସି ଅପରାଧିକ ମାମଲା ନାହିଁ କିନ୍ତୁ ତାଙ୍କ ବାପାଙ୍କ ବିରୋଧରେ ଡ୍ରଗ୍ସ କାରବାରର ମାମଲା ରହିଛି I

LEAVE A REPLY

Please enter your comment!
Please enter your name here