ଇଂଲଣ୍ଡରେ ଚାଲିଥିବା ଦ୍ୱାଦଶ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଆହାତ କାରଣରୁ ତିନି ସପ୍ତାହ ପାଇଁ ଦଳରୁ ବାଦ ପଡିଥିବା ଶିଖର ବର୍ତମାନ ପୁରା ବିଶ୍ୱକପରୁ ବାଦ ପଡିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଆହାତ ହୋଇଥିଲେ ଟିମ୍ ଇଣ୍ଡିଆର ଧୁରନ୍ଦର ଓପନର ଶିଖର ଧାୱନ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଆହାତ ସତ୍ୱେ ୧୦୯  ବଲ୍ ରୁ ୧୧୭ ରନ୍ ର  ଶତକୀୟ ଇଂନିସ ଖେଳିଥିଲେ ଧାୱନ । ଆହତ ପରେ ମଧ୍ୟ ଖୁବ୍ଶୀଘ୍ର ସୁସ୍ଥ ହୋଇ ଟିମକୁ ଫେରିବେ ବୋଲି ଟିମ୍ ମ୍ୟାନେଜମେଣ୍ଟ ଆଶା ବାନ୍ଧି   ରଖିଥିଲେ । କିନ୍ତୁ  ଆଜି ଡାକ୍ତରଙ୍କ ପରୀକ୍ଷା ପରେ ଶିଖରଙ୍କୁ ସମ୍ପୂର୍ଣ୍ଣ ବିଶ୍ୱକପରୁ ବାଦ ଦିଆଯାଇଛି । ଶିଖର ଆହାତ ହେବା ପରେ  ଯୁବ ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ ରିଷଭ ପନ୍ତକୁ ଇଂଲଣ୍ଡ ଡକାଯାଇଥିଲା । କିନ୍ତୁ ଦଳରେ ସାମିଲ କରାଯାଇନଥିଲା । ବର୍ତମାନ ଶିଖର ବିଶ୍ୱକପରୁ ବାଦ ପଡିବା ପରେ ରିଷଭଙ୍କ ଖେଳିବା ନେଇ ଆଶା ଉପୁଜିଛି ।

LEAVE A REPLY

Please enter your comment!
Please enter your name here