ମଧ୍ୟପ୍ରଦେଶ ବୁଧୱାରା ଅଞ୍ଚଳରେ ଜଣେ ନବବିବାହିତାଙ୍କୁ ଚିକିତ୍ସା ବାହାନାରେ ସ୍ଥାନୀୟ ତାନ୍ତ୍ରିକ ବଳତ୍କାର କରିଥିବା ଅଭିଯୋଗ ହୋଇଛି । ଏନେଇ ଗୌତମ ନଗର ଥାନାରେ ଏକ ମାମଲା ଦାଏର ହୋଇଛି । ନବବିବାହିତାଙ୍କ ସ୍ୱାମୀଙ୍କୁ କ୍ୟାନସର ହୋଇଥିବାରୁ ସେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କନୋର ଗାଁରେ ଥିବା ତାନ୍ତ୍ରିକ ବାବା ଲାଇକ୍ କ୍ୟାନସରର ଚିକିତ୍ସା କରୁଥିବା ଶୁଣି ନବବିବାହିତା ତାଙ୍କ ପାଖକୁ ଆସିଥିଲେ। ତେବେ ତାନ୍ତ୍ରିକ ଜଣଙ୍କ ତାଙ୍କୁ ଦୁଇଥର ବଳାତ୍କାର କରିଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here