ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିଲାଗି ୧୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସତର୍କ ଜାରି ହୋଇଥିବା ଜିଲ୍ଲା ଗୁଡିକ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ , ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର,କନ୍ଧମାଳ, ଗଞ୍ଜାମ, କଟକ ଓ ଜଗତସିଂହପୁର । ସେହିପରି ୨୪ ଘଣ୍ଟା ପରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ , ଯାଜପୁର, କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, କନ୍ଧମାଳ ଜିଲ୍ଲାକୁ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି

LEAVE A REPLY

Please enter your comment!
Please enter your name here