ଏବେ ଯେଉଁଠି ଦେଖିବ ସେଇଠି ସାପ । ସତେ ଯେମିତି ସାପମାନଙ୍କର ରାଜୁତି ଚାଲିଛି । କେତେବେଳେ ଘର ଭିତରେ ତ କେତେବେଳେ ଆଲମିରାରେ । କେତେବେଳେ ଖଟତଳେ ତ କେତେବେଳେ ପୁଣି ହାଣ୍ଡି ତଳେ । ଏଥର ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ପଟିଆ ଅଞ୍ଚଳରେ । ଏହି ଅଞ୍ଚଳରେ ରହୁଥିବା ବୁଲୁ ରଂଜନ ରାଉତଙ୍କ ୭ ବର୍ଷର ପୁଅ ରିଷଭ ସ୍କୁଲ ଯିବା ପାଇଁ ଜୋତା ପିନ୍ଧୁଥିବା ବେଳେ ଜୋତା ଭିତରେ ଥିବା ନାଗ ସାପଟି କାମୁଡିଦେଇଥିଲା । ବୁଲୁ ରଂଜନ ରାଉତଙ୍କ ମାଆ ଜୋତାକୁ ଝାଡିଦେବାରୁ ସେଥିରୁ ନାଗ ସାପ ଛୁଆ ବାହାରିଥିଲା । ରିଷଭକୁ  ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ରିଷଭ ବର୍ତମାନ ସୁସ୍ଥ ଥିବା ଜଣାପଡିଛି । ଖବର ପାଇ ସ୍ନେକ ହେଲପ ଲାଇନ ଘଟଣାସ୍ଥଳରେ ପହଁଞ୍ଚି ସାପଟିକୁ ଉଦ୍ଧାର କରିଥିଲେ ।

LEAVE A REPLY

Please enter your comment!
Please enter your name here