ସୁୁବର୍ଣ୍ଣପୁର : ସୁୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମେଟାକାନୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଶୁକ୍ରବାର ରାତି ୮ଟାରେ ଟ୍ରକ- ପିକ୍‌ଅପ ଭ୍ୟାନ ମୁହାଁ ମୁହିଁ ହୋଇ ଧକ୍କା ହୋଇଥିବା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ହୋଇଛି । ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବୁର୍ଲାରେ ଚିକିତ୍ସାଧନ ଅବସ୍ଥାରେ ପିକ୍‌ଅପ ଭ୍ୟାନ ଡ୍ରାଇଭର ସମେତ ଓ ଅନ୍ୟ ୩ ଜଣଙ୍କର ମୃତ୍ୟୁ ହୋଇଛି । ଭ୍ୟାନରେ ଥିବା ଅନ୍ୟ ୬ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସୂଚନାଅନୁଯାୟୀ, ସୋନପୁର-ସମ୍ବଲପୁର ରାସ୍ତାରେ ମେଟାକାନୀଠାରେ ସମ୍ବଲପୁର ଅଭିମୁଖ ଯାଉଥିବା ଏକ ପିକ୍‌ଅପ ଭ୍ୟାନକୁ ବିପରୀତ ଦିିଗରୁ ଆସୁଥିବା ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲା । ପିକ୍‌ଅପ ଭ୍ୟାନରେ ଥିବେ ଲୋକେ ଏକ ବ୍ୟାଣ୍ଡ ପାର୍ଟିର କଳାକାର ସେମାନେ ବାଜା ବଜାଇବାକୁ ରାମପୁର ଅଞ୍ଚଳର ରୁଷୁଡା ଗାଁକୁ ଯାଉଥିଲେ ବୋଲି ସୂଚନାମିଳିଛି । ଖବର ପାଇ ପୁଲିସ ଓ ଦମକଳ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ଭ୍ୟାନକୁ ଜବତ କରିଛି । ତେବେ ଟ୍ରକର ଡ୍ରାଇଭର ଫେରାର ଅଛି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here