ଭୁବନେଶ୍ୱର : ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ପ୍ରଜ୍ଞାନ ଓଝା । ସମସ୍ତ ପ୍ରକାର ଫର୍ମାଟରୁ ଶ୍ରୁକୁବାର ଅବସର ଘୋଷଣା କରିଛନ୍ତି ଓଡିଶାରେ ଜନ୍ମିତ କ୍ରିକେଟର ପ୍ରଜ୍ଞାନ ଓଝା । ଆଜି ହାଇଦ୍ରାବାଦ କ୍ରିକେଟ ଆସୋସିଏସନକୁ ଚିଠି ଲେଖି କ୍ରିକେଟରୁ ଅବସର ନେଉଥିବା ସୂଚନା ଦେଇଛନ୍ତି । ଏହି ଚିଠିକୁ ସେ ନିଜ ଟୁଇଟରରେ ସେୟାର କରିବା ସହ ବିସିସିଆଇ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ,ବେଙ୍ଗଲ କ୍ରିକେଟ ଆସୋସିଏସନ, ନିଜ ସହକର୍ମୀ ଭିଭିଏସ୍ ଲକ୍ଷ୍ମ୍ମଣ, ଭେଙ୍କଟପତି ରାଜୁ , ଧୋନି ଏବଂ କ୍ରିକେଟ ପ୍ରେମୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡିଶାରୁ ରଣଜୀ କ୍ୟାରିୟର ଆରମ୍ଭ ନ କରି ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ହାଇଦ୍ରାବାଦ ପାଇଁ ଖେଳୁଥିଲେ । ପ୍ରଜ୍ଞାନ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ପାଇଁ ୧୪ ବର୍ଷ ଖେଳିଥିଲେ । ୨୮ ଜୁନ ୨୦୦୮ରେ ବାଲାଂଦେଶ ବିପକ୍ଷରେ ଏକଦିବସୀୟ କ୍ୟାରିୟର ଆରମ୍ଭ କରିଥିବା ବାମହାତୀ ସ୍ପିନର ପ୍ରଜ୍ଞାନ ୨୪ଟି ଟେଷ୍ଟ, ୧୮ଟି ଦିନିକିଆ, ଏବଂ ୬ଟି ଟିଟେଣ୍ଟି୍ୱ ଆନ୍ତର୍ଜାତୀୟ ଖେଳିଛନ୍ତି । ଆଇପିଏଲରେ ସେ ଡେକାନ ଚାର୍ଜସ ଓ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ମଧ୍ୟ ଖେଳିଥିଲେ । ୯୨ଟି ଆଇପିଏଲ ଖେଳି ୮୯ ୱିକେଟ ହାସଲ କରିଥିଲେ । ସେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ତେବେ ଆନ୍ତର୍ଜାତୀୟ କ୍ରିକେଟରେ ଅନେକ ଛାପ ଛାଡିଯାଇଛନ୍ତି ଓଡିଆ କ୍ରିକେଟର ପ୍ରଜ୍ଞାନ ଓଝା ।

LEAVE A REPLY

Please enter your comment!
Please enter your name here