ମୁଜାଫରପୁର : ବିହାର ମୁଜାଫରପୁର ଜିଲ୍ଲାର କାଣ୍ଟିଥାନା ଅଞ୍ଚଳରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି I ଏହି ଦୁର୍ଘଟଣାରେ 11ଜଣଙ୍କର ମୃତ୍ୟୁ ହୋଇଛି I ଅନ୍ୟ 4ଜଣ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି I ସୂଚନାଅନୁଯାୟୀ ଶନିବାର ସକାଳେ28 ନମ୍ବର ଜାତୀୟ ରାଜପଥରେ ଏକ ସ୍କର୍ପିଓ ନିୟନ୍ତ୍ରଣ ହରାଇ ଓ ଏକ ଟ୍ରାକ୍ଟରକୁ ଧକ୍କା ଦେବା ଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା I ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ସ୍କର୍ପିଓର ଉପରିଭାଗ ଛିନଛତ୍ର ହୋଇଯାଇଥିଲା I ଖବରପାଇ କାଣ୍ଟି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ I ମୃତକମାନେ ମୁଜାଫରପୁରର ହତୋଡି ଅଞ୍ଚଳର ବୋଲି ଜଣାପଡିଛି I ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାଅନୁଯାୟୀ ଘଟଣା ସ୍ଥଳରେ 7ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି I

LEAVE A REPLY

Please enter your comment!
Please enter your name here