ନୂଆଦିଲ୍ଲୀ : ଉତ୍ତର ପୂର୍ବ ଦିଲ୍ଲୀରେ ସିଏଏ ସପକ୍ଷ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ତୀବ୍ର ରୂପ ଧାରଣ କରିଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାରେ ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିିଥିବାବେଳେ ୨୦୦ରୁ ଅଧିକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆହତଙ୍କ ମଧ୍ୟରୁ ୨୫ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି । ସେପଟେ ଗୁରୁବାର ଜୋହରୀପୁର ଏକ ଡ୍ରେନରୁ ପୁଲିସ ଆଉ ୨ଟି ମୃତ ଦେହ ଉଦ୍ଧାର କରିଛି । ଏହାସହ ସମ୍ବେଦନଶୀଳ ଅଞ୍ଚଳରେ ବହୁ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ କରାଯିବା ସହ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀରେ ହିଂସାପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଙ୍ଗଳବାର ରାତି ଏବଂ ବୁଧବାର ହିଂସା ଘଟିଥିବା ସ୍ଥାନ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ।