ମୃତ୍ୟୁ ପରେ ବି ଅମର । ଅଙ୍ଗଦାନ କ୍ଷେତ୍ରରେ ଆଉ ଏକ ଉଦାହରଣ । କଟକ ରାଜା ବଗିଚା ଲେବ ର କଲୋନି ଅଞ୍ଚଳର ସୁଚିତ୍ରା ଦାଶ ଅଙ୍ଗ ଦାନ କରି ଅମର ହୋଇଯାଇଛନ୍ତି । ଏଥିସହ କାଡାଭେରିକ କିଡନୀ ପ୍ରତ୍ୟାରୋପଣ । ପରେ ଦୁଇ ଜଣ ପାଇଛନ୍ତି ନୂଆ ଜୀବନ । ୫୬ ବର୍ଷୀୟା ସୁଚିତ୍ରା ଦାସ ଗତ ୨୩ ତାରିଖ ଦୁର୍ଘଟଣାର ଶିକାର ହୋଇ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ୠତକାଲି ଡାକ୍ତର ସୁଚିତ୍ରାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିବା ପରେ ତାଙ୍କ ସ୍ୱାମୀଙ୍କ ଅନୁମତି କ୍ରମେ ଦୁଇଟି କିଡନୀ ସଂଗ୍ରହ କରାଯାଇଥିଲା । ସେଥିରେ ଗୋଟିଏ ଆପୋଲୋର ୫୫ ବର୍ଷୀୟା ଜଗନ୍ନାଥଙ୍କ ସହ ପ୍ରତ୍ୟାରୋପଣ ଅନ୍ୟଟି ଭୁବନେଶ୍ୱରର ଆର୍ମି ହସ୍ପିଟାଲକୁ ପଠାଯାଇଥିଲା । ସେପଟେ ଅସମୟରେ ନିଜ ପତ୍ନୀକୁ ହରାଇଥିବାରୁ ଦୁଃଖରେ ଭାଙ୍ଗି ପଡିଛନ୍ତି ତାଙ୍କ ସ୍ୱାମୀ ଗୋପାଳ ଚନ୍ଦ୍ର ଦାସ । କିନ୍ତୁ ଏଭଳି କଠିନ ପରିସ୍ଥିତିରେ ମଧ୍ୟ ତାଙ୍କ ପରିବାର ପକ୍ଷରୁ ସୁଚିତ୍ରାଙ୍କ କିଡନୀ ଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେପଟେ ଅଙ୍ଗଦାନକୁ ଭାରତ ଅଙ୍ଗଦାନ ଭାରତ ଅଙ୍ଗଦାନ ସମିତିର ଅଧକ୍ଷ୍ୟ ଡଃ ପ୍ରଭାସ ଆଚାର୍ଯ୍ୟ ସ୍ୱାଗତ କରିଛନ୍ତି । ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here