ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟପାଳ ସିଭି ଆନନ୍ଦ ବୋଷ। ସେ ଡାକ୍ତରଖାନାକୁ ଯାଇ ପୀଡ଼ିତା ଓ ପରିବାର ସହ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ରାଜ୍ୟପାଳଙ୍କ ଆଗମନ ସମୟରେ ହସ୍ପିଟାଲ୍ ପରିସରରେ ଠେଲାପେଲା ହୋଇଥିଲା। ଏହି ସହିତ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ମଧ୍ୟ ଦୁର୍ଗାପୁର ପହଞ୍ଚି ପୀଡ଼ିତାଙ୍କ ସହିତ ସାକ୍ଷାତ କରିଛନ୍ତି।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟା କିଶୋର ରାହତକରଙ୍କ ସହ କଥା ହୋଇଛନ୍ତି। ଜାତୀୟ ମହିଳା କମିଶନ ମଧ୍ୟ ଏକ ତଥ୍ୟ-ଅନୁସନ୍ଧାନକାରୀ ଦଳ ନିଯୁକ୍ତ କରିଛି। ଘଟଣାର ନିରପେକ୍ଷ ତଦନ୍ତ ଏବଂ ପୀଡିତାଙ୍କ ସୁରକ୍ଷା ଓ ଗୁଣାତ୍ମକ ଚିକିତ୍ସା ସେବା ପାଇଁ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କୁ ଦୃଢ଼ ସୁପାରିଶ କରିଛି ମହିଳା କମିଶନ। ଏହି ମାମଲାରେ ୬ ଜଣ ଅଭିଯୁକ୍ତ ଥିବାବେଳେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଅନ୍ୟପଟେ ମମତାଙ୍କ ବୟାନକୁ ନେଇ ବଢୁଛି ବିବାଦ। ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ପାଇଁ ଛାତ୍ରଛାତ୍ରୀଙ୍କୁ ଦୋଷ ଦେଇଥିଲେ ମମତା ବାନାର୍ଜୀ । ଛାତ୍ରୀଙ୍କୁ ମଧ୍ୟରାତ୍ରରେ କ୍ୟାମ୍ପସ ବାହାରକୁ ନଯିବାକୁ ପରାମର୍ଶ ଦେଇଥିଲେ। ଦୁଷ୍କର୍ମ ପାଇଁ ମମତା କଲେଜର ସୁରକ୍ଷା ବ୍ୟବସ୍ଥା ଏବଂ ଛାତ୍ରୀଙ୍କୁ ବିଳମ୍ବିତ ରାତିରେ ବାହାରକୁ ଯିବାକୁ ଦୋଷ ଦେଇଥିଲେ। ଛାତ୍ରୀଜଣଙ୍କ ରାତି ୧୨.୩୦ ରେ କିପରି ବାହାରକୁ ଆସିଲେ ବୋଲି ପ୍ରଶ୍ନ କରିଥିଲେ। ବିଳମ୍ବିତ ରାତିରେ ବାହାରକୁ ଯିବା ମେଡିକାଲ କଲେଜ ପରମ୍ପରା ହୋଇଗଲାଣି ବୋଲି କହିଥିଲେ ମମତା। ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ଅନ୍ୟପଟେ ପୀଡ଼ିତାଙ୍କ ବାପାଙ୍କ ଏଫଆଇଆର ଅନୁଯାୟୀ ରାତି ୮ ଟା ପିଡିତାଙ୍କୁ ଗଣଦୁଷ୍କର୍ମର ଶୀକାର ହୋଇଥିଲେ।

LEAVE A REPLY

Please enter your comment!
Please enter your name here