ଦିଲ୍ଲୀ ସୀମାରୁ ହଟିଲା ଚାଷୀ ଆନ୍ଦୋଳନ । ପ୍ରାୟ ବର୍ଷେ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକମାନେ ନିଜ ନିଜ ଘରକୁ ଫେରିବେ । ସିନ୍ଧୁ ବର୍ଡରରୁ ଖୋଲା ହୋଇଛି ଚାଷୀଙ୍କର ଟେଣ୍ଟ । ଆସନ୍ତା ୧୧ ତାରିଖରେ ଘରକୁ ଫେରିବେ ଚାଷୀ । ପ୍ରେସମିଟରେ ସଂଯୁକ୍ତ କୃଷକ ମୋର୍ଚ୍ଚା ବଡ ଘୋଷଣା କରିଛନ୍ତି । ଏହାସହ ୧୫ ତାରିଖରେ କୃଷକନେତାମାନେ ପଞ୍ଜାବର ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରରେ ଦର୍ଶନ କରିବେ ବୋଲି କୁହାଯାଇଛି । ଚାଷୀ ବିଲ୍ ପ୍ରତ୍ୟାହୃତ ନେଇ କେନ୍ଦ୍ର ସରକାରଙ୍କର ଘୋଷଣା ପରେ ବି ଚାଷୀ ମାନେ ଅଡି ବସିଥିଲେ ଏମଏସପିକୁ ନେଇ । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି ଆଇନକୁ ପ୍ରତ୍ୟାହାର, ଉତ୍ପାଦିତ ଖାଦ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ ପରିସରକୁ ଆଣିବା ଭଳି କିଛି ଦାବିନେଇ କୃଷକମାନେ ଆନ୍ଦୋଳନ ଜାରି ରଖିଥିଲେ । କେନ୍ଦ୍ର ସରକାର ପାରିତ କରିଥିବା ୩ ଟି କୃଷି ଆଇନକୁ ପ୍ରଧାନମନ୍ତ୍ରୀ ପ୍ରତ୍ୟାହାର କରିଛନ୍ତି । ଏହାସହ ଅନ୍ୟ ଦାବିଗୁଡିକ ଖୁବଶୀଘ୍ର ପୂରଣ କରାଯିବା ନେଇ କେନ୍ଦ୍ର ସରକାର କୃଷକମାନଙ୍କୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆଜି ଆନ୍ଦୋଳନ ପ୍ରତ୍ୟାହାର ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ଘୋଷଣା କରିଛି ।

LEAVE A REPLY

Please enter your comment!
Please enter your name here