ବହୁ ଚର୍ଚ୍ଚିତ ଓଡିଶା ରୁରାଲ ହାଉସିଂ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନ ଦୁର୍ନିତୀ ମାମଲାରେ ଆଇଏଏସ ବିନୋଦ କୁମାର ଓ ତାଙ୍କ ସହଯୋଗୀ ପୂର୍ଣ୍ଣଚନ୍ଦ୍ର ଦାଶଙ୍କୁ ଜେଲ ଦଣ୍ଡାଦେଶ ହୋଇଛି। ଭିଜିଲାନ୍ସ କୋର୍ଟ ଆଜି ଶୁଣାଣି କରି ଏହି ଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ଦୁଇ ଜଣଙ୍କୁ ୭୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି। ଓଆର୍ ଏଚ୍ ଡିସିର ୫୫ ଲକ୍ଷ ଟଙ୍କାର ଅର୍ଥ ହେରଫେର ମାମଲାରେ ବିନୋଦ କୁମାରଙ୍କ ବିରୋଧରେ ଜାମିନ ବିହୀନ ଗିରଫ ଜାରି କରିଥିଲେ। ଆଜି ବିନୋଦ କୁମାର ଭିଜିଲାନ୍ସ ନିକଟରେ ଆତ୍ମସମର୍ପଣ କରିଥିଲେ।ଏହାପରେ ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here