ପଞ୍ଚଭୂତରେ ବିଲୀନ ହୋଇଛି ଅଭିନେତା ମିହିର ଦାସଙ୍କ ପାର୍ଥୀବ ଶରୀର । ଶହ ଶହ ପ୍ରଶଂସକଙ୍କ ଉପସ୍ଥିତିରେ କଟକ ସତୀଚୌରା ଶ୍ମଶାନରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ଆଜି ସକାଳୁ ରାମଗଡସ୍ଥିତ ବାସଭବନରୁ ମିହିର ଦାସଙ୍କ ମର ଶରୀରକୁ ଶୋଭାଯାତ୍ରାରେ ନିଆଯାଇଥିଲା । ଶହ ଶହ ପ୍ରଶଂସକ ଅନ୍ତିମ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । କଟର ସିଡିଏ , ବିଡାନାସୀ ଅଞ୍ଚଳ ପରିକ୍ରମା କରିବା ପରେ ସତୀଚୌରା ଶ୍ମଶାନକୁ ନିଆଯାଇଥିଲା ମରଶରୀର । ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ମିହିର ଦାସଙ୍କ ବଡ ପୁଅ ଅମ୍ଳାନ ମୁଖାଗ୍ନି ଦେଇଥିଲେ । ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡିତ ଥିବା ମିହିର ଦାସଙ୍କର ଗତକାଲି ପରଲୋକ ହୋଇଥିଲା । ଶତାଧିକ ଓଡିଆ ଫିଲ୍ମରେ ଅଭିନୟ କରିଥିବା ମିହିରଙ୍କର ମାତ୍ର ୬୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ମିହିରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here