ମା ଦୁର୍ଗାଙ୍କ ଆରାଧନା ପାଇଁ ଉସôବ ମୁଖର ହୋଇଉଠିଛି ପୁର ପଲ୍ଲୀ । ଧରାପୃଷ୍ଠର ଅବତରଣ କରିବେ ଦୁର୍ଗତୀନାଶିନୀ ମା ଦୂର୍ଗା। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ରଙ୍ଗିନ ଆଲୋକମାଳା ସାଙ୍ଗକୁ ତୋରଣ କରିବାରେ ବ୍ୟସ୍ତ କାରିଗର । ଚଳିତ ବର୍ଷରେ ଭିନ୍ନ ଭିନ୍ନ ତୋରଣ କେମିତି ଦର୍ଶକଙ୍କୁ ଆକୃଷ୍ଟ କରିବ ସେଥିପାଇଁ ଜୋରସୋରରେ ଲାଗିପଡିଛନ୍ତି କାରିଗର । କୋଲକାତାରେ ବଡ ଧରଣର ଦୂର୍ଗା ପୂଜା ପାଳନ କରାଯାଏ । ଏଠାରେ ମଧ୍ୟ ଭିନ୍ନ ଭିନ୍ନ ମଣ୍ଡପକୁ ଅଲଗା ଥିମରେ ସଜାଇବାକୁ ଚେଷ୍ଟା କରିଥାନ୍ତି ପୂଜା କମିଟି । ଚଳିତ ବର୍ଷ ନିର୍ମାଣ ହୋଇଥିବା ଏକ ମଣ୍ଡପ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଠି ଦେହଜୀବିମାନଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଛି ମଣ୍ଡପ । ପେଣ୍ଡାଲରେ ଦେହଜୀବୀଙ୍କ ସଂଘର୍ଷମୟ ଜୀବନୀକୁ ସ୍ଥାନୀତ କରାଯାଇଛି । ଏହି ପେଣ୍ଟିଂ ୩ଶହ ଫୁଟ ଲମ୍ବ ପର୍ଯ୍ୟନ୍ତ କରାଯାଇଥିବାବେଳେ ଏହାର ପାଚିରୀ ଗୁଡିକୁ ମଧ୍ୟ ଉକ୍ତ ଥିମ୍ ଅନୁଯାୟୀ ସଜ୍ଜା ହୋଇଛି ।

LEAVE A REPLY

Please enter your comment!
Please enter your name here