ମୁୁମ୍ବାଇ : ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଘରକୁ ଆସିଛି ଏକ କୁନି ପରୀ । ୪୪ ବର୍ଷ ବୟସରେ ଦ୍ୱିତୀୟଥର ପାଇଁ ମାଆ ହେଇଛନ୍ତି ଶିଳ୍ପା । ତାଙ୍କର ପୂର୍ବରୁ ଏକ ପୁଅ ଥିବାବେଳେ ଫେବୃୟାରୀ ୧୫ ତାରିଖରେ ସରୋଗେସି ଜରିଆରେ ଏକ ଝିଅ ହୋଇଛି । ଝିଅର ନାଁ ସମୀଷା ରଖାଯାଇଛି । ଏହାର ସୂଚନା ଶିଳ୍ପା ନିଜେ ସାମାଜିକ ଗଣମାଧ୍ୟମରେ ଦେଇଛନ୍ତି । ଝିଅର ହାତ ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଫଟୋ ସେୟାର କରି ଶିଳ୍ପା ଲେଖିଛନ୍ତି ‘ଓମ ଗଣେଶାୟ ନମଃ’ । ଆମ ପ୍ରାର୍ଥନାର ଆଜି ଫଳ ମିଳିଛି । ଆମ ଘରକୁ ଆଜି କୁନି ପରି ଆସିଛି । ଏହି ପୋଷ୍ଟରେ ସମସ୍ତେ ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here