ନୁଆଦିଲ୍ଲୀ : ବୁଧବାର ନିର୍ଭୟା ମାମଲାର ଅଭିଯୁକ୍ତ ବିନୟର ମାନସିକ ପରିସ୍ଥିତି ବିଗିଡି ଯାଇଛି । ସେ ନିଜକୁ ଆହତ କରିବାକୁ ଚେଷ୍ଟା କରିଛି । ଜେଲର କାନ୍ଥରେ ବାରମ୍ବାର ନିଜ ମୁଣ୍ଡକୁ ପିଟି ନିଜକୁ ଆହତ କରିବାର ଉଦ୍ୟମ କରିଛି । ଏଥିରେ ବିନୟର ମୁଣ୍ଡ ସାମାନ୍ୟ ଆଘାତ ହୋଇଛି । ଫାଶୀ ତାରିଖ ଯେତେ ପାଖେଇ ଆସୁଛି ନିର୍ଭୟା ଦୋଷୀମାନଙ୍କୁ ଭୟ ଘାରିବାରେ ଲାଗିଛି । ପ୍ରଶାସନିକ ସୂଚନାଅନୁସାରେ ତୃତୀୟଥର ଡେଥ ୱାରେଣ୍ଟ ଜାରି ହେଲା ପରେ ନିର୍ଭୟା ଦୋଷୀମାନଙ୍କର ମାନସିକ ପରିସ୍ଥିତି ଠିକ୍ ରହୁନି । ସେମାନେ ଛୋଟ ଛୋଟ କଥାରେ ରାଗି ଯାଉଛନ୍ତି । ଆଗ ଅପେକ୍ଷା ସେମାନଙ୍କ ସ୍ୱଭାବରେ ବହୁତ ପରିବର୍ତ୍ତନ ଦେଖାଦେଇଛି । ନିର୍ଭୟା ଦୋଷୀ ବହୁବାର ନିଜକୁ ଆହତ କରିବାର ଉଦ୍ୟମ କରୁଥିବାରୁ, ସେମାନଙ୍କ ସେଲ୍ ସମ୍ମୁଖରେ ଅନ୍ତରୀଣ ସୁରକ୍ଷା କର୍ମୀଙ୍କୁ ନିଯୁକ୍ତ କରାଯାଇଛି । ସେମାନଙ୍କ ଉପରେ ୨୪ ଘଣ୍ଟା ନଜର ରଖାଯାଉଛି । ଦୋଷୀମାନଙ୍କର ମାନସିକ ସ୍ଥିତିରେ ପରିବର୍ତ୍ତନ ପାଇଁ କାଉସେଲିଂ କରାଯାଉଛି । ତେବେ ଦୋଷୀ ବିନୟର ଚିକିତ୍ସା ପରେ ତାକୁ ପୁଣି ଜେଲରେ ବନ୍ଦ କରିଦିଆଯାଇଛି ।

LEAVE A REPLY

Please enter your comment!
Please enter your name here