ପୁଣିଥରେ ବଜାରକୁ ଆସିବ ଟଙ୍କିକିଆ ନୋଟ
ବହୁତ ଶୀଘ୍ର ଭାରତ ସରକାର ପୁଣି ୧ଟଙ୍କିିଆ ନୋଟ୍ ପ୍ରଚଳନ କରିବାକୁ ଯାଉଛନ୍ତି । ୨୨ ବର୍ଷ ପରେ ପୁଣି ୧ଟଙ୍କିିଆ ନୋଟ୍ ବଜାରକୁ ଆସିବ ।୧୯୯୪ରୁ ଏହାର ପ୍ରଚଳନ ବନ୍ଦ କରାଯାଇଥିଲା । ବଜାରକୁ ଆସୁଥିବା ନୂଆ ନୋଟ୍‌ର ଲମ୍ବ ୯.୭ ସେମି ଓ ଚଉଡା ୬.୩ ସେମି ରହିବ । ଏହାର ଆକାର ଆୟତାକାର ରହିବ । ଗୋଲାପି ଓ ସବୁଜ ରଙ୍ଗର ମିଶ୍ରଣରେ ପ୍ରସ୍ତୁତ ହେବ ଏହି ନୋଟ । ଅନ୍ୟ ନୋଟ ଗୁଡିକରେ ହିନ୍ଦୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଇଂରାଜୀରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ରହିଥିବା ବେଳେ ନୂଆ୧ଟଙ୍କିିଆ ନୋଟ୍‌ରେ ଇଂରାଜୀରେ ଗଭମେଣ୍ଟ ଅଫ୍ ଇଣ୍ଡିଆ ଓ ହିନ୍ଦୀରେ ଭାରତ ସରକାର ଲେଖା ରହିବ ।ନୂଆ ନୋଟ୍ ରେ ଅର୍ଥ ସଚିବ ଅତନୁ ଚକ୍ରବର୍ତ୍ତୀଙ୍କ ଦୁଇ ଭାଷୀ ଦସ୍ତଖତ ରହିବ । ଏହି ନୂଆ ୧ଟଙ୍କିିଆ ନୋଟ୍‌ରେ ବିବିଧ ପ୍ରକାର ୱାଟରମାର୍କକୁ ବ୍ୟବହାର କରାଯିବ । ଏହା ବ୍ୟତୀତ ତୈଳ ଉତ୍ତୋଳନ ପ୍ଲାଟଫର୍ମ ସାଗର ସମ୍ରାଟର ଛବି ଏହି ନୂଆ ନୋଟରେ ଦେଖିବାକୁ ମିଳିବ । ନମ୍ବର ପ୍ୟାନେଲରେ ଇଂରାଜୀ ଅକ୍ଷର ଏଲ୍ ସହିତ ଛପା ବର୍ଷ ୨୦୨୦ ରହିବ । ଏଥିରେ ଚାଷ କାର୍ଯ୍ୟର ଝଲକ ମଧ୍ୟ ଦେଖିବାକ ମିଳିବ । ୧ଟଙ୍କିିଆ ନୋଟ୍‌କୁ କେବଳ କେନ୍ଦ୍ରସରକାର ଛପାଇ ଥାନ୍ତି ।

LEAVE A REPLY

Please enter your comment!
Please enter your name here