ପୁରୀ : ପୁରୀରେ ଜଣେ ବିଦେଶୀ ପର୍ଯ୍ୟଟକ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛି । ସେ ପୁରୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ନାବାଳିକା ଜଣକ ପରିବାର ସହ ୟୁରୋପ ଲିଥୁଆନିଆରୁ ପୁରୀ ବୁଲିବାକୁ ଆସିଥିଲେ । ପୁରୀ ସମୁଦ୍ରକୂଳରେ ଥିବା ଏକ ହୋଟେଲରେ ରହୁଥିଲେ । ତେବେ ୪/୫ ଦିନ ତଳେ ଶିଶୁ ଜଣକ ଜ୍ୱର, ଥଣ୍ଡା, କାଶରେ ଆକ୍ରାନ୍ତ ହୋଇଥିଲେ । ତାହା କମି ନ ଥିଲା । ଏହାପରେ ଏକ ଘରୋଇ ହସ୍ପିଟାଲରେ ଶିିଶୁଟିକୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଶରୀରରେ କରୋନା ଲକ୍ଷଣ ଚିହ୍ନଟ କରାଯାଇଥିଲା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଆଇସୋଲେସନ ଓାର୍ଡରେ ରଖାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ସେଠାରେ ପ୍ରାଥମିକ ପରୀକ୍ଷା ପରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଯିବ ।