ଆଜି ବିନ୍ଧୁତା ଦିବସ । ମଣିଷ ଜୀବନରେ ବନ୍ଧୁତ୍ୱ ହେଉଛି ଏପରି ଏକ ଶବ୍ଦ ଯାହାର ତୁଳନା କରିବା ଅସମ୍ଭବ । ପ୍ରକୃତ ବନ୍ଧୁ ହିଁ ଜୀବନର ସୁଖଦୁଃଖରେ ସବୁବେଳେ ସାଙ୍ଗରେ ଥାଏ । ଆଜିକାଲିର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ନିଜ ପ୍ରିୟ ବନ୍ଧୁକୁ ମନେପକାଇବା ପାଇଁ ଦିନଟିଏ ଆଜି । ବିଭିନ୍ନ ବ୍ୟକ୍ତି ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି ଏହି ଫ୍ରେଣ୍ଡସିପ୍ ଡେ କୁ । ଆଉ ଆଜିକାଲି ସୋସିଆଲ ମିଡିଆ ଭାବର ଆଦାନ ପ୍ରଦାନ ପାଇଁ ଏକ ଉତ୍କୃଷ୍ଟ ମାଧ୍ୟମ ପାଲଟିଛି । କିଏ ଓ୍ୱାଟ୍ସଆପ୍ , ତ କିଏ ଫେସବୁକ୍ ତ ଆଉ କିଏ ମେସେଜ ଦ୍ୱାରା ନିଜ ବନ୍ଧୁମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଉଛି । କେହି କେହି ପାର୍ଟି କରି ଏହି ଦିନକୁ ବେଶ ହସଖୁସିରେ ପାଳନ କରୁଛନ୍ତି । ସମୟ ବଦଳିବା ସହ ବଦଳିଛି ଜୀବନଶୈଳୀ । ତେଣୁ ସ୍ୱତନ୍ତ୍ର ଦିନମାନଙ୍କ ପାଇଁ ନିଜର ଖୁସି ବ୍ୟକ୍ତ କରିବାର ଶୈଳୀ ମଧ୍ୟ ବଦଳିଛି ।

ଆଜି କାଲି କେବଳ ଯୁବପୀଢି କାହିଁକି ସବୁ ବର୍ଗର ବ୍ୟକ୍ତିମାନେ ନିଜ ନିଜ ଶୈଳୀରେ ପାଳନ କରୁଛନ୍ତି ଏଭଳି କିଛି ସ୍ପେଶାଲ ଡେ । ମାତ୍ର ବାସ୍ତବରେ ଯିଏ ବନ୍ଧୁତାର ଅର୍ଥ ବୁଝିପାରିଛି ତା ପାଇଁ ସବୁଦିନ ବନ୍ଧୁତା ଦିବସ ।

LEAVE A REPLY

Please enter your comment!
Please enter your name here