ନୂଆଦିଲ୍ଲୀ: ୨୦୧୨ ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁର୍ଷମ ଓ ହତ୍ୟା ମାମଲାରେ ୪ ଦୋଷୀ ମୁକେଶ କୁମାର, ବିନୟ ଶର୍ମା, ଅକ୍ଷୟ ଠାକୁର, ପବନ ଗୁପ୍ତା ଆସନ୍ତା ଫେବୃୟାରୀ ୧ ତାରିଖରେ ଫାଶି ଦେବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏବେ ଦୋଷୀମାନଙ୍କୁ ଫାଶି ଦେବାରେ ବିଳମ୍ବ ହେବାର ଆଶଙ୍କା ରହିଛି । ଦୋଷୀମାନେ ଫାଶିରୁ ବର୍ତ୍ତିବା ପାଇଁ ବିଭିନ୍ନ ପ୍ରକାର ଆଇନଗତ ଉପାୟ ଅବଲମ୍ବନ କରିବାରେ ଲାଗିପଡିଛନ୍ତି । ଏବେ ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି । ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ ଖାରଜ ହେବାପରେ ଦୋଷୀକୁ ଫାଶି ଦେବା ପୂର୍ବର ୧୪ ଦିନର ନୋଟିସ ଦେବାର ନିୟମ ରହିଛି । ତେଣୁ ପୁଣି ଥରେ ଫାଶି ତାରିଖ ଘୁ ଞ୍ଚିପାରେ । ପୂର୍ବରୁ ବିନୟର କ୍ୟୁରେଟିଭ ପିଟିସନ ଖାରଜ ହୋଇଥିଲା । ବୁଧବାର ଦିନ ସେ ରାଜକ୍ଷମା ଆବେଦନ କରିଛି । ଫାଶିରୁ ବର୍ତ୍ତିବା ପାଇଁ ନୂଆ ନୂଆ ବିକଳ୍ପ ଆପଣାଉଛନ୍ତି ୪ ଦୁଷ୍କର୍ମୀ । ଅକ୍ଷୟର ଠାକୁର କରିଥିବା କ୍ୟୁରେଟିଭ ପିଟିସନ ଉପରେ ସିପ୍ରିମ କୋର୍ଟରେ ଆଜି ଶୁଣାଣି ହେବ । ଏହାପରେ ସେ ମଧ୍ୟ ରାଜକ୍ଷମା ଆବେଦନ କରିପାରେ । ନାୟିକ ପ୍ରକିୟା ଯୋଗୁଁ ଫାଶି ଦେବାରେ ବିଳମ୍ବ ହୋଇପାରେ । ଏ ପର୍ଯ୍ୟନ୍ତ କେବଳ ଦୋଷୀ ମୁକେଶର ସମସ୍ତ ନାୟିକ ବିକଳ୍ପ ସମାପ୍ତ ହୋଇସାରିଛି । କିନ୍ତୁ ଅନ୍ୟ ୩ ଜଣ ଦୋଷୀଙ୍କ ପାଖରେ ଏବେ ବି ଆଇନଗତ ବିକଳ୍ପ ରହିଛି । ଆଇନ ଅନୁସାରେ ଗୋଟିଏ ମାମଲାରେ ଦୋଷୀମାନଙ୍କୁ ଏକା ସାଙ୍ଗରେ ଫାଶି ଦିଆଯାଏ । ସେଥିପାଇଁ ସମସ୍ତ ଦୋଷୀ ମାନଙ୍କୁ ସେହି ପର୍ଯ୍ୟନ୍ତ ଫାଶି ହୋଇପାରିବାନି ନାହିଁ ଯେ ଯାଏଁ ସମସ୍ତ ନାୟିକ ବିକଳ୍ପ ନ ସରିଛି ।

LEAVE A REPLY

Please enter your comment!
Please enter your name here