ଦୀର୍ଘଦିନ ପରେ ରାଜ୍ୟରେ ପୁଣି ଖୋଲିଛି ରେସ୍ତୋରାଁ ଓ ବାର । ଏଥିପାଇଁ ଆଜିଠୁ ମିଳିଛି ରାଜ୍ୟ ସରକାରଙ୍କ ଅନୁମତି । ଏଥର ରେସ୍ତୋରାଁରେ ବସି ଆପଣ ଖାଇବାର ମଜା ନେଇପାରିବେ । ସେହିପରି ବାର୍‌ ଖୋଲିବାକୁ ମଧ୍ୟ ଗ୍ରୀନ ସିଗନାଲ ମିଳିଛି । ଦୀର୍ଘ ଦିନର କଟକଣା ପରେ ଆଜିଠୁ ରାଜ୍ୟ ସରକାର ଏହି ନିୟମକୁ କୋହଳ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଆର. ଯାଦବ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଚିଠି ମାଧ୍ୟମରେ ରାଜ୍ୟ ହୋଟେଲ ଓ ରେସ୍ତୋରାଁ ସଂଘ, ପଶ୍ଚିମ ଓଡ଼ିଶା ହୋଟେଲ ଓ ରେସ୍ତୋରାଁ, ସମ୍ବଲପୁର ହୋଟେଲ ଓ ରେସ୍ତୋରାଁ, ଝାରସୁଗୁଡ଼ା ହୋଟେଲ ଓ ରେସ୍ତୋରାଁ, ରାଉରକେଲା ହୋଟେଲ ଓ ରେସ୍ତୋରାଁକୁ ଅବଗତ କରାଯାଇଛି।

ତେବେ କଣ୍ଟେନମେଣ୍ଟ ଜୋନରେ ସ୍ଥାନୀୟ କର୍ତ୍ତୃପକ୍ଷ ଏହି ବାର୍‌ ଓ ରେସ୍ତୋରାଁର ପରିଚାଳନାଗତ ନିଷ୍ପତ୍ତି ନେବେ । ଏହାରି ଭିତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଏସଓପିର କଡ଼ାକଡ଼ି ପାଳନ କରାଯିବା ପାଇଁ ନିର୍ଦେଶ ରହିଛି। ଏହାର ଉଲ୍ଲଂଘନ କଲେ ରେସ୍ତୋରାଁ ବା ବାର୍‌ ମାଲିକଙ୍କ ଉପରେ ମହାମାରୀ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ସମସ୍ତ ଜିଲ୍ଲାପାଳ, ପୌର ଆୟୁକ୍ତ, ଏସପିଙ୍କୁ ମଧ୍ୟ ଅବଗତ କରାଯାଇଛି। ବାର୍‌ ଓ ରେସ୍ତୋରାଁଗୁଡିକ ଯେପରି କେନ୍ଦ୍ରସରକାରଙ୍କ ନିର୍ଦ୍ଦେଶାବଳୀକୁ ପାଳନ କରାଯିବ ତାକୁ ନେଇ ଚିଠିରେ ନିର୍ଦ୍ଦେଶ ରହିଛି।

LEAVE A REPLY

Please enter your comment!
Please enter your name here