ବ୍ରହ୍ମପୁର ବିଜେପି ନେତା ଏବଂ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାକୁ ସପ୍ତାହେ ବିତିବା ପରେ ମଧ୍ୟ ଦୋଷୀଙ୍କୁ ଗିରଫ ହୋଇପାରିନି। ଏପଟେ ବରିଷ୍ଠ ବିଜେପି ନେତା କାହ୍ନୁ ପତି ଦାବି କରିଛନ୍ତି ଯେ ପୋଲିସ ହତ୍ୟାକାରୀ ସୁପାରୀ କିଲରକୁ ଟ୍ରାପ୍ କରିସାରିଛି ଏବଂ ଏବେ ମାଷ୍ଟରମାଇଣ୍ଡ ବିରୋଧରେ ପ୍ରମାଣ ଖୋଜୁଛି। ସେ ଆଉ ଏକ ଖୁଲାସା କରି କହିଛନ୍ତି ଯେ, ପୀତବାସଙ୍କୁ ଅକ୍ଟୋବର 6ରେ ହତ୍ୟା କରାଗଲା ହେଲେ ମଧ୍ୟ, ହତ୍ୟାକାରୀମାନେ ସେପ୍ଟେମ୍ବର 26ରୁ ତାଙ୍କୁ ପିଛା କରୁଥିଲେ। କୁମାରପୂର୍ଣ୍ଣିମା ଦିନରେ ସୁଯୋଗ ନେଇ ହତ୍ୟା କରାଯାଇଥିଲା ଏବଂ ହତ୍ୟାରେ ବ୍ୟବହୃତ ବନ୍ଧୁକ ଆନ୍ଧ୍ରରୁ ଆସିଥିଲା ବୋଲି ମଧ୍ୟ ସେ ଦାବି କରିଛନ୍ତି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଧାୟକମାନେ ପୋଲିସଙ୍କୁ ଦାବି କରିଛନ୍ତି ଯେ, ପୀତବାସ ପଣ୍ଡା ହତ୍ୟା ଘଟଣାର ତଦନ୍ତ ଶୀଘ୍ର ସାରି ଦୋଷୀମାନଙ୍କୁ ସାମ୍ନାକୁ ଆଣାଯାଉ। ପୋଲିସ ସୂତ୍ର ଅନୁସାରେ, ଶୀଘ୍ର ଏହି ହାଇ ପ୍ରୋଫାଇଲ ଘଟଣାର କାରଣ ଉପରୁ ପରଦା ଉଠାଇବା ସହ ହତ୍ୟାକାରୀମାନେ ଧରାପଡ଼ିବେ ବୋଲି ଆଶା କରାଯାଉଛି। ବ୍ରହ୍ମପୁରର ବିଜେପି ନେତା ଏବଂ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାକୁ ନେଇ ପୋଲିସ ତଦନ୍ତ ଜୋରଦାର କରିଛି। ବିଭିନ୍ନ ସ୍ଥାନରୁ ତିନି ଜଣକୁ ଉଠାଇ ଆଣି ପଚରାଉଚରା କରାଯାଉଛି। ଜୈନିକ କର୍ପୋରେଟରଙ୍କୁ ମଧ୍ୟ ଥାନାରେ ଜେରା କରାଯାଇଛି। ଶନିବାର ପୋଲିସ ସହରର ଅନେକ ସ୍ଥାନରେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଗତ ଦୁଇ ଦିନ ଧରି ପୋଲିସର ତିନିଟି ବିଶେଷ ଦଳ ଖଲ୍ଲିକୋଟ, କବିସୂର୍ଯ୍ୟନଗର, ପୋଲସରା ଓ ପାଟପୁର ଅଞ୍ଚଳରେ ଚଢ଼ାଉ କରି ତଦନ୍ତ ଜାରି ରଖିଛି। ଚଢ଼ାଉ ସମୟରେ କିଛି ଲୋକଙ୍କୁ ପଚରାଉଚୁରା କରିବା ସହ ପୋଲିସ ଉଠାଇ ଆଣିଥିବା ସୂଚନା ମିଳିଛି । ଖଲ୍ଲିକୋଟରୁ ଜଣେ ଅପରାଧୀଙ୍କୁ ପୋଲିସ ଉଠାଇ ଆଣିଥିବାବେଳେ ଆଜି ବ୍ରହ୍ମପୁର ଉପକଣ୍ଠରୁ ଆଉ ଜଣେ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଉଠାଇ ଆଣି ପଚରାଉଚରା କରୁଥିବା ଜଣାପଡିଛି । ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୬୦ରୁ ଅଧିକ CCTV ଯାଞ୍ଚ କରୁଛି ପୋଲିସ । ରାଜ୍ୟ ବାହାରକୁ ଗୋଟିଏ ଟିମ୍ ଯାଇଥିବା ସୂଚନା ମିଳିଛି । କଲ୍‌ ଡିଟେଲସରୁ ବଡ଼ ପ୍ରମାଣ ମିଳୁଛି ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here