ନିର୍ଭୟା କାଣ୍ଡର ଦୋଷୀଙ୍କୁ ଫାଶୀ ମିଳିବା ପକ୍କା ହେଲା । ନିର୍ଭୟା ଦୋଷୀଙ୍କ ରିଭ୍ୟୁ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ । ଦୋଷୀ ଅକ୍ଷୟ ସିଂହର ରିଭ୍ୟୁ ପିଟିସନ ଖାରଜ କଲେ କୋର୍ଟ । ପିଟିସନ ଖାରଜ କଲେ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ । ପିଟିସନ ଖାରଜ ପରେ ମୁଁ ଖୁସି ବୋଲି କହିଲେ ନିର୍ଭୟାଙ୍କ ମା’। 2012 ଡିସେମ୍ବର 16 ତାରିଖରେ ଘଟିଥିବା ଏହି ବହୁଚର୍ଚ୍ଚିତ ଅମାନୁଷିକ ଘଟଣାରେ ସୁପ୍ରିମକୋର୍ଟ 6 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ସେମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ରାମ ସିଂ ତିହାର ଜେଲରେ ଥିବା ବେଳେ ଆତ୍ମହତ୍ୟା କରିଥିବା ବେଳେ ଜଣେ ନାବାଳକ ଅଭିଯୁକ୍ତକୁ ଜୁଭେନାଇଲ ହୋମକୁ ପଠାଯାଇଥିଲା । ଅନ୍ୟ ଚାରିଜଣ ଅପରାଧୀଙ୍କ ମଧ୍ୟରୁ ଅକ୍ଷୟ କୁମାର ସିଂ ମୃତ୍ୟୁଦଣ୍ଡ ଉପରେ ରିଭ୍ୟୁ ପିଟିସନ ଦାୟର କରିଥିଲେ । ଅକ୍ଷୟଙ୍କ ରିଭ୍ୟୁ ପିଟିସନ ଖାରଜ ସହ ଚାରି ଅପରାଧୀଙ୍କୁ ଫାଶୀ ଦିଆଯିବା ସ୍ପଷ୍ଟ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here