ମହାରାଷ୍ଟ୍ର ଓ ଗୋଆରେ ହୋଇପାରେ କେରଳ ପରି ଭୟଙ୍କର ବନ୍ୟା। ବିଶିଷ୍ଟ ପରିବେଶବିତ ମାଧବ ଗଡଗିଲ ଏଭଳି ସତର୍କ ସୁଚନା ଦେଇଛନ୍ତି। ସେ କହିଛନ୍ତି, ଯଦିଓ କେରଳ, ଗୋଆ ଓ ମହାରାଷ୍ଟ୍ରରେ ବୃଷ୍ଟିପାତର ପରିମାଣ ସମାନ ନାହିଁ ତଥାପି ଏଠାକାର ପରିବେଶ ଏକା ପ୍ରକାର ହୋଇଥିବାରୁ କେରଳ ଭଳି ବନ୍ୟା ଏଠାରେ ଦେଖାଯିବ ବୋଲି ଗଡଗିଲ କହିଛନ୍ତି। ବିଶେଷକରି ପଶ୍ଚିମ ଘାଟରେ ପରିବେଶ ଅସନ୍ତୁଳନର ପ୍ରଭାବ ଯୋଗୁଁ ଏଭଳି ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ରହିଛି।ଗୋଆ ଓ ମହାରାଷ୍ଟ୍ରରେ ଲଗାଣ ବର୍ଷା ନହେଲେ ମଧ୍ୟ ୨୦୧୪ ପୁଣେର ମାଲିନରେ ହୋଇଥିବା ଭୁସ୍କଳନ ଓ ବନ୍ୟା ପରି ଭବିଷ୍ୟତରେ ଗୋଆ ଓ ମହାରାଷ୍ଟ୍ରରେ ବନ୍ୟା ବିଭିଷୀକା ଦେଖାଦେବ ବୋଲି ଗଡଗିଲ୍ ପୂର୍ବାନୁମାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here