ଲେଡି ଫରେଷ୍ଟ ଗାର୍ଡଙ୍କୁ ମହଙ୍ଗା ପଡିଲା ଦବଙ୍ଗଗିରି I କାଠଚୋରୀ ଅଭିଯୋଗରେ ଜଣେ ବୃଦ୍ଧାଙ୍କୁ ମାଡମାରିବା ଏବଂ ବୃଦ୍ଧାଙ୍କ ଗର୍ଭବତୀ ନାତୁଣୀଙ୍କୁ ମାଡ ମାରି ହାତ ଭାଙ୍ଗିଦେବା ଘଟଣାରେ ତାଙ୍କୁ ନିଲମ୍ବିତ କରାଯାଇଛି I ନିଲମ୍ବିତ ମହିଳା ଫରେଷ୍ଟ ଗାର୍ଡ ହେଲେ ମୟୁରଭଂଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜର ମହିଳା ଫରେଷ୍ଟ ଗାର୍ଡ କବିତା ବେହେରା I ମହିଳା ଫରେଷ୍ଟ ଗାର୍ଡଙ୍କ ଆଚରଣରେ କ୍ଷୁବଧ ଲୋକେ କାଲି ଦିନତମାମ ପ୍ରତିବାଦ ଜାରି ରଖିଥିଲେ I 220 ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହ ରେଞ୍ଜ ଅଫିସ ଘେରାଉ କରିଥିଲେ I ମହିଳା ଫରେଷ୍ଟ ଗାର୍ଡଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି ଜିଦରେ ଲୋକେ ଅଟଳ ରହିଥିବା ବେଳେ ପରିସ୍ଥିତି ଶାନ୍ତ କରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଥିଲା I ଶେଷରେ ରେଞ୍ଜର ସରୋଜ ପଣ୍ଡା ହାତ ଭାଙ୍ଗିଥିବା ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଲୋକେ ରାସ୍ତାରୁ ହଟିଥିଲେ I

LEAVE A REPLY

Please enter your comment!
Please enter your name here