ବିହାର ମୁଜଫରପୁର ଜିଲ୍ଲାରେ ସେଲଟର ହୋମ୍ ସ୍କାଣ୍ଡାଲ ଘଟଣାରେ ସିବିଆଇ ତନାଘନା ଜାରି ରଖିଛି. ନାବାଳିକାଙ୍କ ଉପରେ ହୋଇଥିବା ଜଘନ୍ୟ ଅତ୍ୟାଚାରର ପର୍ଦ୍ଦାଫାଶ ହେବାରେ ଲାଗିଛି. ସେହି ଜାଗାକୁ ଖୋଳିବା ପାଇଁ ସିବିଆଇ ବେଳେ ଅଧିକ ଯାଂଚକରିବା ପାଇଁ ସେଣ୍ଚ୍ରାଲ୍ ଫରେନସିକ୍ ସାଇନ୍ସ୍ ଲାବ୍ରୋଟରୀ ର ବିଶେଷଜ୍ଞ ଙ୍କୁ ଡକାଯାଇଛି . ସୂଚନାଯୋଗ୍ୟ, ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା 10 ଜଣଙ୍କୁ ଗିରଫ କରାଯାଇଛି . ତେବେ ଏହି ଘଟଣାରେ ମିଳିଥିବା ମେଡିକାଲ ରିପୋର୍ଟ ଅନୁଯାୟୀ 42 ଜଣଙ୍କ ମଧ୍ୟରୁ 34 ଜଣଙ୍କୁ ବଳାତ୍କାର କରାଯାଇଛି . 30 ଜୁଲାଇରେ ବିହାର ସରକାର ଏ ଘଟଣାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ. ଏ ଘଟଣା ସଂପର୍କରେ ବାରମ୍ବାର ବିରୋଧ ଓ ଆଲୋଚନା ପରେ ସମାଜ କଲ୍ୟାଣ ମନ୍ତ୍ରୀ ମଂଜୁ ବର୍ମା ନିଜ ପଦରୁ ଇସ୍ତଫା ଦେଇଥିଲେ .













