ଫ୍ରାନ୍ସରେ ଚାଲିଥିବା ଜି -7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀର ପ୍ରସଙ୍ଗରେ ହାତ ମିଳେଇଛନ୍ତି I କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହି ପ୍ରସଙ୍ଗରେ ତୃତୀୟ ପକ୍ଷଙ୍କ ମଧ୍ୟସ୍ଥତାର ଆବଶ୍ୟକ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଦୁଇ ନେତା I ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବା ପାଇଁ କାହାର ଆବଶ୍ୟକ ନାହିଁ I ଏହା ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ପ୍ରସଙ୍ଗ ବୋଲି ଟ୍ରମ୍ପ କହିଛନ୍ତି I ଦୀର୍ଘ ସମୟ ଧରି ଦୁଇ ନେତା ଆଲୋଚନା କରିବା ପରେ ମିଡିଆକୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ଆଲୋଚନା ମାଧ୍ୟମରେ ସମସ୍ତ ଦ୍ବିପାକ୍ଷିକ ସମସ୍ୟାର ସମାଧାନ କରିପାରିବେ I ଉଭୟ ଭାରତ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ତାଙ୍କର ଭଲ ସମ୍ପର୍କ ରହିଛି ବୋଲି ଟ୍ରମ୍ପ କହିଛନ୍ତି I ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିନ୍ଦିରେ କହିବା ବେଳେ ଟ୍ରମ୍ପ ମୋଦୀ ଭଲ ଇଂଲିଶ କୁହନ୍ତି ବୋଲି ମନ୍ତବ୍ୟ ଦେଇଥିଲେ I ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟ ପରେ ମୋଦୀ ଟ୍ରମ୍ପଙ୍କ ହାତକୁ ଧରିକି ବାଡେଇ ଦେଇଥିଲେ I ଏହି ଘଟଣାକୁ ନେଇ କିଛି ସମୟ ହାସ୍ୟରୋଳ ସୃଷ୍ଟି ହୋଇଥିଲା I

LEAVE A REPLY

Please enter your comment!
Please enter your name here