ରାଉରକେଲା ରଘୁନାଥପାଲିରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଉରକେଲାରୁ ଭୁବନେଶ୍ୱର ଆସୁଥିବାବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଜରୁରୀ ଅବତରଣ ବେଳେ କଂସର ଅଞ୍ଚଳରେ ବିମାନଟି କ୍ରାସ୍ ହୋଇଛି । ଏଥିରେ ପାଇଲଟଙ୍କ ସହ ୬ ଗୁରୁତର ହୋଇଥିବା ବେଳେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଦକ୍ଷିଣ ରାଉରକେଲାର କଂସର ଅଞ୍ଚଳରେ ଶନିବାର ଏକ ଛୋଟ ବିମାନ ଦୁର୍ଘଟଣା ଘଟିଛି। ଜରୁରୀ ଅବତରଣ ବେଳେ ପ୍ଲେନ୍ ଟି କ୍ରାସ୍ ହୋଇଯାଇଛି। ଫଳରେ ବିମାନଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୬ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଛି। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here