ଭାରତ ଫ୍ରାନ୍ସ ମଧ୍ୟରେ ହୋଇଥିବା ରାଫେଲ୍‌ ଯୁଦ୍ଧ ବିମାନ ଡିଲ୍‌ ନେଇ ବୁଧବାର ଅର୍ଥାତ୍ ଆଜି ସୁପ୍ରିମ୍‌ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି. ସୁପ୍ରିମ୍ କୋର୍ଟ ଏ ବିଷୟରେ ସବିଶେଷ ବିବରଣୀ ଦେବା ପାଇଁ କେନ୍ଦ୍ରକୁ କହିଛନ୍ତି. ଏନେଇ କୌଣସି ଔପଚାରିକ ନିର୍ଦ୍ଦେଶ ଦେଇ ନ ଥିଲେ ମଧ୍ୟ ବନ୍ଦ ଲଫାପାରେ ଡିଲ୍‌ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି. ଅନ୍ୟପଟେ ଏହାର ମୂଲ୍ୟ ନିର୍ଦ୍ଧାରଣ ଓ ଟେକ୍ନିକର ବିବରଣୀକୁ ସଂପୂର୍ଣ୍ଣରୂପେ ଏହି ସୂଚନାରୁ ବାଦ୍ ଦିଆଯାଇଛି. ତେବେ ଏଠାରେ ଉଲ୍ଲେଖଯାଗ୍ୟ ଯେ, ରାଫେଲ ବିମାନର ମୂଲ୍ୟ ସମ୍ପର୍କିତ ଡିଲ୍‌ ସଂପର୍କରେ ସରକାର ପ୍ରକାଶ କରିବାକୁ ଆବେଦନ ଦାଖଲ କରାଯାଇଥିଲା. ବର୍ତ୍ତମାନ, ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ କରାଯାଇଥିବା ଖଣ୍ଡପୀଠରେ ଏଭଳି ନିଷ୍ପତି ନିଆଯାଇଛି.

LEAVE A REPLY

Please enter your comment!
Please enter your name here