ଲକ୍ଷ୍ନୌ : ଆଜି ଅପରାହ୍ନରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ୱଜିରଗଞ୍ଜ ସିଭିଲ କୋର୍ଟ ପରିସରରେ ବୋମା ବିସ୍ପୋରଣ ହୋଇଛି । ଏଥିରେ ଅନେକ ଆଇନଜୀବି ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ୩ଟି ଅଫୁଟା ବୋମା ଜବତ ହୋଇଛି । ଲକ୍ଷ୍ନୌ ବାର ଆସୋସିଏସନ୍‌ର ଅଧ୍ୟକ୍ଷ ସଞ୍ଜୀବ ଲୋଧୀ ଟାର୍ଗେଟରେ ଥିବାକଥା ସୂଚନାରୁ ଜଣାପଡିଛି । ହଠାତ୍ ବୋମା ବିସ୍ପୋରଣ କୋର୍ଟ ପରିସରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here