ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ “ଜନତା କଫ୍ୟୁ” ପାଇଁ ଆହ୍ୱାନ ଦେଇଛନ୍ତି । ଏହାକୁ ସମସ୍ତେ ସମର୍ଥନ ଜଣାଇଛନ୍ତି । ଭାରତୀୟ ରେଳବାଇ ମଧ୍ୟ ଏହାକୁ ଦୃଷ୍ଟିରେ ରଖି ରେଳ ଚଳାଚଳ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି । ରେଳବିଭାଗ ପକ୍ଷରୁ ୩୭୦୦ ପାସେଞ୍ଜର ଟ୍ରେନ୍ ଏବଂ ଦୁରଗାମୀ ମେଲ ଏକ୍ସପ୍ରେସ ଟ୍ରେନ୍ ବାତିଲ କରିବାକୁ ଘୋଷଣା କରାଯାଇଛି । ଶ୍ରୁକ୍ରବାର ସଂନ୍ଧ୍ୟାରେ ରେଳବାଇ ବୋର୍ଡ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି । ବିଜ୍ଞପ୍ତି ଅନୁଯାୟୀ ଶନିବାର ମଧ୍ୟରାତ୍ରିରୁ ରବିବାର ରାତି ୧୦ଟା ଯାଏଁ କୌଣସି ପାସେଞ୍ଜର କିମ୍ବା ଏକ୍ସପ୍ରେସ ଟ୍ରେନ୍ ଛାଡିବ ନାହିଁ । ମୁମ୍ବାଇ, ଦିଲ୍ଲୀ, କୋଲକତା, ଚେନ୍ନଇ ଏବଂ ସିକନ୍ଦରାବାଦର ଉପନଗର ରେଳସେବା କଟାଯିବ କେବଳ ଆବଶ୍ୟକ ଯାତ୍ରା ପାଇଁ ସବନିମ୍ନ ସଂଖ୍ୟାରେ ଟ୍ରେନ୍ ଚଳାଚଳ କରାଯିବ ।

LEAVE A REPLY

Please enter your comment!
Please enter your name here