ପାକିସ୍ତାନରେ ଇମ୍ରାନ ଖାଁ ଆରମ୍ଭ କରିଛନ୍ତି ନୂଆ ଇନିଂସ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉସôବରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ମନନୁନ୍ ହୁସେନ ତାଙ୍କୁ ପଦ ଓ ଗୋପନିୟତାର ଶପଥ ପାଠ କରାଇଛନ୍ତି। କ୍ରିକେଟ ପଡିଆରୁ ରାଜନୀତି ଡୋର ଧରିଥିବା ଇମ୍ରାନଙ୍କୁ ନେଇ ପାକିସ୍ତାନ ଜନସାଧାରଣ ଅନେକ ଆଶା କରିଛନ୍ତି। ସରକାର ଗଠନ ପାଇଁ ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ କରୁଥିଲା। ତେବେ ପିଟିଆଇକୁ ଛୋଟ ଦଳଗୁଡିକର ସମର୍ଥନ ମିଳିବାରୁ ମେଣ୍ଟର ସଦସ୍ୟ ସଂଖ୍ୟା ୧୭୬ ଛୁଇଁଥିଲା। ଶୁକ୍ରବାର ବସିଥିବା ବୈଠକରେ ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଥିଲା।