ନୂଆଦିଲ୍ଲୀ : ସୋସିଆଲ ମିଡିଆ ଆକାଉଣ୍ଟ ଛାଡିବେନି ମୋଦୀ । ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଛାଡିବା ନେଇ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ତେବେ ଏହି ସସପେନ୍ସ ଉପରୁ ପର୍ଦ୍ଦା ଉଠାଇଛନ୍ତି ନିଜେ ପ୍ରଧାନମନ୍ତ୍ରୀ ମୋଦୀ । ଗତକାଲି ରବିବାର ସୋସିଆଲ ମିଡିଆ ଛାଡିବା ନେଇ ଏକ ଟୁଇଟ କରିଥିଲେ ପ୍ରଧାନମନ୍ତ୍ରୀ ଏବଂ ଏ ବାବଦରେ ସୂଚନା ଦେବେ ବୋଲି ମଧ୍ୟ କହିଥିଲେ । ଏହାପରେ ମୋଦୀ ସୋସିଆଲ ମିଡିଆ ଛାଡୁଛନ୍ତି ନେଇ ସବୁ ମହଲରେ ପ୍ରତିକ୍ରିୟା ଦେଖାଦେଇଥିଲା । ଏହି ଟୁଇଟର ୧୬ ଘଣ୍ଟାପରେ ଆଉ ଏକ ଟୁଇଟ କରି ସୋସିଆଲ ମିଡିଆରୁ ସନ୍ୟାସ ନେବାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି “ଚଳିତ ବର୍ଷ ମହିଳା ଦିବସ, ମୁଁ ମୋର ସୋସିଆଲ ମିଡିଆ ଆକାଉଣ୍ଟକୁ ମହିଳାମାନଙ୍କୁ ସମର୍ପିତ କରିବି । ଯାହାର ଜୀବନ ଏବଂ କାର୍ଯ୍ୟ ଆମକୁ ପ୍ରେରଣା ଯୋଗାଇଥାଏ । ଏହା ସୋମାନଙ୍କୁ ଲକ୍ଷ ଲକ୍ଷ ପ୍ରେରଣା ଯୋଗାଇବାରେ ସାହାଯ୍ୟ କରିବ” ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ଆପଣ ଏପରି ଜଣେ ମହିଳା କି ? କିମ୍ବା ଆପଣ ଏପରି ପ୍ରେରଣାଦାୟକ ମହିଳାଙ୍କୁ ଜାଣିଛନ୍ତି ତା’ହେଲେ #SheInspiresUs ବ୍ୟବହାର କରି ଏଭଳି କାହାଣୀକୁ ସେୟାର କରନ୍ତୁ” ।

LEAVE A REPLY

Please enter your comment!
Please enter your name here