ଜଗତସିଂହପୁର : ପାରାଦୀପ ବନ୍ଦରରେ କରୋନା ସନ୍ଦିଗ୍ଧ I ସିଙ୍ଗାପୁରରୁ ପାରାଦ୍ୱୀପ ବନ୍ଦରକୁ ଆସିଥିବା ସେନଷ୍ଟାର ନାମକ ଜାହାଜର ଦୁଇ ପତିପତ୍ନୀ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି I ଜାହଜର ସେକେଣ୍ଡ ଇଂଜିନିୟର ଓ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ସେ ଥଣ୍ଡାଜ୍ୱରରେ ପୀଡିତ ଥିବା ଦେଖା ଯାଇଥିଲା I କରୋନା ଆକ୍ରାନ୍ତ ସନ୍ଦେହ ହେବା ପରେ ଜାହାଜରେ ପହଞ୍ଚିଥିଲେ ଡାକ୍ତରୀ ଦଳ I ପ୍ରାଥମିକ ପରୀକ୍ଷା ପରେ ଦମ୍ପତ୍ତିଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି I ସେପଟେ ଭୁବନେଶ୍ୱର ଏୟାର ପୋର୍ଟରେ ମଧ୍ୟ କରୋନା ଯାଞ୍ଚ କଡାକ଼ଡି କରାଯାଇଛି I ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରାକ୍ଷାକୁ ବାଧ୍ୟତାମୂଳକ କରାଯାଇଛି I ଇମିଗ୍ରେସନ ପୂର୍ବରୁ ସମସ୍ତ ଯାତ୍ରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବାକୁ ନିଷ୍ପତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ବିମାନବନ୍ଦରର ନିର୍ଦ୍ଦେଶକ ବି. ଭେଙ୍କଟେଶ୍ୱର ରାଓ I

LEAVE A REPLY

Please enter your comment!
Please enter your name here